ଭାରତରେ କରୋନାଭାଇରସ୍: ୧୧୪୩୯ ଆକ୍ରାନ୍ତ, ୧୩୦୫ ସୁସ୍ଥ ଓ ୩୭୭ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୧୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୪୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୭୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯ ଜଣ, ଆସାମରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୩୦ ଜଣ, ଗୁଜରାଟରେ ୨୮ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୨ ଜଣ କର୍ଣ୍ଣାଟକରେ ୧୦ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୫୦ ଜଣ, ମହାରାଷ୍ଟ୍ରରେ ୧୭୮ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୨ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୧୨ ଜଣ, ତେଲେଙ୍ଗାନାରେ ୧୭ ଜଣ, ଉତ୍ତରପ୍ରଦେଶରେ ୫ ଜଣ ଏବଂ ପଶ୍ଚମବଙ୍ଗରେ ୭ ଜଣ ।

Image Source: Zee News

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୪୮୩), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୬୬), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୩), ଦିଲ୍ଲୀ (୧୫୬୧), ଗୋଆ (୭), ଗୁଜରାଟ (୬୫୦), ହରିୟାଣା (୧୯୯), ହିମାଚଳ ପ୍ରଦେଶ (୩୩), ଜମ୍ମୁ ଓ କଶ୍ମୀର (୨୭୮), ଝାଡ଼ଖଣ୍ଡ (୨୭) କର୍ଣ୍ଣାଟକ (୨୬୦), କେରଳ (୩୮୭), ଲଦାଖ (୧୭), ମଧ୍ୟପ୍ରଦେଶ (୭୩୦), ମହାରାଷ୍ଟ୍ର (୨୬୮୭), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୬୦), ପୁଦ୍ଦୁଚେରୀ (୭), ପଞ୍ଜାବ (୧୭୬), ରାଜସ୍ଥାନ (୯୬୯), ତାମିଲନାଡୁ (୧୨୦୪), ତେଲେଙ୍ଗାନା (୬୨୪), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୭), ଉତ୍ତରପ୍ରଦେଶ (୬୬୦) ଓ ପଶ୍ଚିମବଙ୍ଗ (୨୧୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୧୬), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୦), ବିହାର (୨୯), ଚଣ୍ଡିଗଡ଼ (୭), ଛତିଶଗଡ଼ (୧୩), ଦିଲ୍ଲୀ (୩୦), ଗୋଆ (୫), ଗୁଜରାଟ (୫୯), ହରିୟାଣା (୩୪), ହିମାଚଳ ପ୍ରଦେଶ (୧୩), ଜମ୍ମୁ ଓ କଶ୍ମୀର (୩୦), କର୍ଣ୍ଣାଟକ (୭୧), କେରଳ (୨୧୧), ଲଦାଖ (୧୦), ମଧ୍ୟପ୍ରଦେଶ (୫୧), ମହାରାଷ୍ଟ୍ର (୨୫୯), ମଣିପୁର (୧), ଓଡ଼ିଶା (୧୮), ପୁଦ୍ଦୁଚେରୀ (୧), ପଞ୍ଜାବ (୧୪), ରାଜସ୍ଥାନ (୧୪୭), ତାମିଲନାଡୁ (୮୧), ତେଲେଙ୍ଗାନା (୧୦୦), ଉତ୍ତରାଖଣ୍ଡ (୯), ଉତ୍ତରପ୍ରଦେଶ (୫୦) ଓ ପଶ୍ଚିମବଙ୍ଗ (୩୭) ।

 

ସମ୍ବନ୍ଧିତ ଖବର