ଭବିିଷ୍ୟତକୁ ଦୃଷ୍ଟିରେ କରୋନାର ସଫଳ ମୁକାବିଲା ପାଇଁ ଭାରତ ଏବେ ଠାରୁ ଆରମ୍ଭ କଲା ଲମ୍ବା ଦୌଡ଼; ଜର୍ମାନୀରୁ କିଣିଲା ୧ ମିଲିୟନ ପରୀକ୍ଷଣ କିଟ୍‌

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌ ଏକ ଭୟଙ୍କର ମହାମାରୀର ରୂପ ଧାରଣ କରି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ସାଜିଛି। ଏହି ପରିସ୍ଥିତିରେ କରୋନାର ସଫଳ ମୁକାବିଲା କ୍ଷେତ୍ରରେ ଭାରତ କରୋନା ଆକ୍ରାନ୍ତ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଯଥେଷ୍ଟ ଆଗରେ ରହିବା ସହ ଭବିିଷ୍ୟତକୁ ଦୃଷ୍ଟିରେ ରଖି ଏଥିପାଇଁ ଏବେ ଠାରୁ ଏକ ଲମ୍ବା ଦୌଡ଼ ଆରମ୍ଭ କରିଦେଇଛି। କରୋନା ଭାଇରସ୍‌ର ଭୂତାଣୁ (କୋଭିଡ୍‌-୧୯)କୁ ଚିହ୍ନଟ କରିବା ପାଇଁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ଆଗତୁରା ଜର୍ମାନୀରୁ ୧ ମିଲିୟନ ପରୀକ୍ଷଣ କିଟ୍‌ କିଣିବା ପାଇଁ ଅର୍ଡର ପଠାଇଥିବା ଜାଣିବା ପାଇଁ ମିଳିଛି।

News Nation

କରୋନା ଭାଇରସ୍‌ର ସଫଳ ମୁକାବିଲା ଓ ଏହାର ନିୟନ୍ତ୍ରଣ ପାଇଁ ପ୍ରାଥମିକ ଅବସ୍ଥାରେ ହିଁ ଏହାର ଚିହ୍‌ଟ ପାଇଁ ଗୁରୁତ୍ୱାରୋପ କରିଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର)। ଖାଲି ଏତିକି ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଆଉ ୯ଟି ଭାଇରସ୍‌ର ଭୂତାଣୁ (କୋଭିଡ୍‌-୧୯) ପରୀକ୍ଷା କେନ୍ଦ୍ର ମଧ୍ୟ ଖୋଲିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛି ଆଇସିଏମ୍‌ଆର।

News Nation

ସଂପ୍ରତି ସମଗ୍ର ବିଶ୍ୱର କରୋନା ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ସବୁଠାରୁ ତଳେ ରହିଛି ଭାରତ। ସୋମବାର ସୁଦ୍ଧା ଦେଶରେ କୋଭିଡ୍‌-୧୯କୁ ଚିହ୍ନଟ କରିବା ପାଇଁ ୩ ଲକ୍ଷ କିଟ୍‌ ମହଜୁଦ୍‌ ରହିଥିବା ବେଳେ ୯,୦୦୦ କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇ ସାରିଛି। ପ୍ରସଙ୍ଗକ୍ରମେ, ଆଜି ସୁଦ୍ଧା ସମଗ୍ର ଦେଶରେ ୧୨୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ସାରିଲେଣି। ଏହା ସତ୍ତ୍ୱେ କରୋନାର ସଫଳ ମୁକାବିଲା ଭାରତ ଭବିିଷ୍ୟତକୁ ଦୃଷ୍ଟିରେ ରଖି ଏଥିପାଇଁ ଏବେ ଠାରୁ ଯେଉଁ ଲମ୍ବା ଦୌଡ଼ ଆରମ୍ଭ କରିଛି, ତାହାକୁ ବିଶ୍ୱବ୍ୟାପୀ ସ୍ୱାଗତ କରିଛି।

ସମ୍ବନ୍ଧିତ ଖବର