କରୋନାଭାଇରସ ଯୋଗୁଁ ବିଶ୍ୱ ପାଇଁ ବଡ଼ ବିପଦ ମାଡ଼ିଆସୁଛି : ଓଇସିଡି

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇ ସାରା ବିଭିନ୍ନ ଦେଶକୁ ବ୍ୟାପିଚାଲିଥିବା କରୋନାଭାଇରସ ଭୁତାଣୁ ସମସ୍ତ ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ଭୁତାଣୁ ଯୋଗୁଁ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ମାଡ଼ିଆସୁଛି ବୋଲି ବିଶେଷଜ୍ଞମାନେ କହିଲେଣି ।

କିଛିଦିନ ତଳେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ କହିଥିଲେ ଯେ କରୋନାଭାଇରସ ପରି ବିପଦ ଗୋଟିଏ ଶତାବ୍ଦୀରେ ଥରେ ଦେଖାଦେଇଥାଏ । ଆଜି ବିଶ୍ୱର ଏକ ପ୍ରମୁଖ ଆର୍ଥିକ ଓ ବିକାଶମୂଳକ ସଂଗଠନ ଇଓସିଡି ( ଅର୍ଥନୈତିକ ବିକାଶ ଓ ସହଯୋଗ ସଂଗଠନ) ଏକ ଚିନ୍ତାଜନକ ଭବିଷ୍ୟବାଣୀ କରିଛି । ସଂଗଠନର ଅଟକଳ ଅନୁସାରେ କରୋନା ଭାଇରସ ଯୋଗୁଁ ବିଶ୍ୱ ଅର୍ଥନୀତି ଏକ ବଡ଼ ଧରଣର ମାନ୍ଦାବସ୍ଥା ଆଡ଼କୁ ଟାଣିହୋଇଯାଉଛି । ଏପରିକି ଏହା ୨୦୦୮-୦୯ର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାଠାରୁ ମଧ୍ୟ ଗୁରୁତର ବୋଲି ଓଇସିଡି କହିଛି । ଏହା ଫଳରେ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ୨.୨ ପ୍ରତିଶତକୁ କମିଆସିବ ଯାହାକି ୨୦୦୯ ଠାରୁ ମଧ୍ୟ ଧୀମା ।

ଏହି ବିପଦର ମୁକାବିଲା କରିବାକୁ ହେଲେ ବିଶ୍ୱର ସବୁ ଦେଶ ମିଳିତଭାବେ ଉଦ୍ୟମ କରିବା ଆବଶ୍ୟକ । ଏହାର ମୁକାବିଲା ଲାଗି ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ଅଧିକ ନିବେଶ ଆବଶ୍ୟକ । ସେହିପରି ଦୁର୍ବଳ ଦେଶମାନଙ୍କୁ ଆର୍ଥିକ ପ୍ୟାକେଜ ମଧ୍ୟ ଦିଆଯିବା ଆବଶ୍ୟକ ।

ସମ୍ବନ୍ଧିତ ଖବର