ବିଧାୟକଙ୍କ ଝିଅ ବାହାଘରକୁ ବୈଧ ଘୋଷଣା କଲେ କୋର୍ଟ, କୋର୍ଟ ବାହାରେ ଅଜିତେଶଙ୍କୁ ଆକ୍ରମଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଜେପି ବିଧାୟକ ରାଜେଣ ମିଶ୍ରଙ୍କ ଝିଅ ସାକ୍ଷୀ ମିଶ୍ରଙ୍କର ଅନ୍ୟ ଜାତିରେ ବିବାହକୁ ବୈଧ ଘୋଷଣା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ତେବେ ଆଜି କୋର୍ଟ ବାହାରେ ସାକ୍ଷୀ ମିଶ୍ରଙ୍କ ସ୍ବାମୀ ଅଜିତେଶ କୁମାରଙ୍କୁ କିଛି ଲୋକ ଆକ୍ରମଣ କରିଛନ୍ତି। କୋର୍ଟ ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି ଏବଂ ସେମାନଙ୍କୁ ପୁଲିସ ସୁରକ୍ଷା ପ୍ରଦାନ କରିଛନ୍ତି। ଅଜିତେଶଙ୍କ ଉପରେ ଆକ୍ରମଣ ନିହାତି ନିନ୍ଦନୀୟ ବୋଲି ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ବର୍ମା କହିଛନ୍ତି। ତେବେ ପ୍ରୟାଗରାଜ ଏସଏସ୍‌ପି ଅତୁଲ ଶର୍ମା ଉକ୍ତ ଆକ୍ରମଣ ଘଟଣାକୁ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର