‘ବିଜେପି’ ଆଣିଥିବା ବହିରାଗତଙ୍କ କାରଣରୁ ବଙ୍ଗରେ କୋଭିଡ୍‌-୧୯ ବୃଦ୍ଧି ପାଉଛି: ମମତା ବାନାର୍ଜୀ

ଜଳପାଇଗୁଡ଼ି: ବିଧାନସଭା ନିର୍ବାଚନ ପ୍ରଚାର ନିମନ୍ତେ ବିଜେପି ବହୁସଂଖ୍ୟକ ବହିରାଗତଙ୍କୁ ଆଣିବାରୁ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି।

ବୁଧବାର ଦିନ ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେବା ବେଳେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ବାନାର୍ଜୀ କହିଲେ, ନିର୍ବାଚନ ପ୍ରଚାର ନିମନ୍ତେ ବହିରାଗତମାନଙ୍କୁ ଆଣି ବିଜେପି ନେତାମାନେ କୋଭିଡ୍‌ ମାମଲା ବୃଦ୍ଧି କରାଇଲେ। ଆମେ କୋଭିଡ୍‌ ପରିସ୍ଥିତି ନିୟନ୍ତ୍ରଣକୁ ଆଣି ପାରିଥିଲୁ।

Image Courtesy of ANI

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ବହୁସଂଖ୍ୟକ ଲୋକମାନଙ୍କୁ ଟିକା ଦେବା ନିମନ୍ତେ ରାଜ୍ୟର ନିବେଦନ ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି।

ମମତା ବାନାର୍ଜୀଙ୍କ ଏ ଭଳି ଅଭିଯୋଗକୁ ବିଜେପି ଦୃଢ଼ ବିରୋଧ କରିଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ମହାମାରୀ ନିମନ୍ତେ ସେ ମୋଦୀଜୀ ଓ ଅମିତ ଶାହାଜୀଙ୍କୁ ଗାଳି ଦେଉଥିବାରୁ ମୁଁ ମର୍ମାହତ। କିନ୍ତୁ, ଏହା ହେଉଛି ମମତା ବାନାର୍ଜୀଙ୍କ ‘ସଂସ୍କାର’। ମୋଦୀଜୀ ତାଙ୍କୁ ଦିଦି ବୋଲି ସମ୍ବୋଧନ କରୁଛନ୍ତି, କିନ୍ତୁ ସାଧାରଣ ସଭାମଞ୍ଚରେ ସେ ଆମ ନେତୃତ୍ୱକୁ ଗାଳି ଦେଉଛନ୍ତି।

ସମ୍ବନ୍ଧିତ ଖବର