ଭୀଷଣ, ଭୟାନକ, ଦୟନୀୟ; ‌କରୋନା ରୋଗୀଙ୍କୁ ପଶୁଠୁ ହୀନ ବ୍ୟବହାର କରାଯାଉଛି: ସୁପ୍ରିମ କୋର୍ଟ

ଦିଲ୍ଲୀ ସରକାରଙ୍କୁ ବର୍ଷିଲେ
ଅଳିଆ ଗଦାରେ ମୃତଦେହ
ଷ୍ଟାଟସ୍‌ ରିପୋର୍ଟ ମାଗିଲେ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସ୍ଥିତି ଅତି ଭୟାନକ, ଭୀଷଣ ଓ ଦୟନୀୟ। କୋଭିଡ୍‌ ରୋଗୀମାନଙ୍କୁ କିଛି ହସ୍ପିଟାଲ୍‌ରେ ପଶୁଠୁ ହୀନ ବ୍ୟବହାର କରାଯାଉଛି। ହସ୍ପିଟାଲ୍‌ମାନଙ୍କରେ କରୋନା ରୋଗୀଙ୍କ ମୃତ ଶରୀରକୁ ଠିକ୍‌ଭାବେ ରଖାଯାଉନାହିଁ। ଦିଲ୍ଲୀରେ ମେଡିକାଲ ୱାର୍ଡ, ‌ଲବି ଏବଂ ୱେଟିଙ୍ଗ୍‌ ହଲ୍‌ରେ ବି ମୃତ ଶରୀର ପଡ଼ି ରହୁଛି। କିଛି କ୍ଷେତ୍ରରେ ରୋଗୀର ମୃତ୍ୟୁ ହୋଇଥିଲେ ମଧ୍ୟ ଏନେଇ ତାଙ୍କୁ ପରିବାର ସଦସ୍ୟଙ୍କୁ କିଛି ଅବଗତ କରାଯାଉନାହିଁ। ଏପରିକି ଅଳିଆ ଗଦାରୁ କୋଭିଡ୍‌ ରୋଗୀଙ୍କ ମୃତଦେହ ମିଳୁଛି। କରୋନା ‌ମହାମାରୀ ମୁକାବିଲା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ବିଫଳତାକୁ ନେଇ ସୁପ୍ରିମକୋର୍ଟ ଆଜି ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି।

The Indian Express

ଗଣମା‌ଧ୍ୟମ ରିପୋର୍ଟକୁ ଆଧାର କରି ଆଜି ମାମଲାର ଶୁଣାଣି ବେଳେ ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଦିଲ୍ଲୀର ହସ୍ପିଟାଲ୍‌ମାନଙ୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ମଧ୍ୟ ପାଳନ‌ ହେଉନାହିଁ। ଦିଲ୍ଲୀ ଏଲଏନ୍‌ଜେପି ହସ୍ପିଟାଲ୍‌କୁ କୋର୍ଟ ଏନେଇ ନୋଟିସ୍‌ କରିଛନ୍ତି। କେଳ ଦିଲ୍ଲୀ ନୁହେଁ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ସରକାରୀ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଠିକ୍‌ ବ୍ୟବହାର ଦେଖାଯାଉନାହିଁ। ବିଭିନ୍ନ ଗଣମା‌ଧ୍ୟମ ରିପୋର୍ଟକୁ ଆଧାର କରି କୋର୍ଟ ଦିଲ୍ଲୀ , ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଷ୍ଟାଟସ୍‌ ରିପୋର୍ଟ ମାଗିଛନ୍ତି ସୁପ୍ରିମ କୋର୍ଟ। ଅନେକ ସରକାରୀ ହସ୍ପିଟାଲ୍‌ରେ ବେଡ୍‌ ଫାଙ୍କା ଥିଲେ ମଧ୍ୟ ରୋଗୀମାନଙ୍କୁ ବେଡ୍‌ ମିଳୁନାହିଁ।

The Local Italy

ସେହିପରି ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଟେଷ୍ଟିଂ କମିଛି। ଦିଲ୍ଲୀରେ ଦୈନିକ ଟେଷ୍ଟିଂ ୭ ହଜାରରୁ ୫ ହଜାରକୁ କମିଯାଇଛି। ତେବେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଦିଲ୍ଲୀରେ ଟେଷ୍ଟିଂ ସଂଖ୍ୟା କାହିଁକି କମିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ କରୋନାକୁ ଯେଭଳି ମୁକାବିଲା କରାଯାଉଛି ସେଥିରେ ବହୁତ ସମସ୍ୟା ରହିଯାଇଛି। ଚେନ୍ନାଇ ଏବଂ ମୁମ୍ବାଇ ତୁଳନାରେ ଦିଲ୍ଲୀରେ ଟେଷ୍ଟିଂ ବହୁତ କମ୍‌ ରହୁଛି। ତେବେ ଦିଲ୍ଲୀରେ କାହିଁକି ଟେଷ୍ଟିଂ ଏତେ କମ୍‌ ରହିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର