ହାଇଦ୍ରାବାଦ୍‌: ଜନ୍ମଦିନ ପାର୍ଟିରୁ କୋଭିଡ୍‌ ହଟ୍‌ସ୍ପଟ୍‌, ୪୫ କରୋନା ଆକ୍ରାନ୍ତ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଏଲ୍‌ବିନଗରରେ ଜଣେ ଦୋକାନ ମାଲିକଙ୍କ ଦ୍ବାରା ଦିଆଯାଇଥିବା ଜନ୍ମଦିନ ପାର୍ଟି ପାଇଁ ୪୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଜନ୍ମଦିନ ପାଇଁ ଏଲ୍‌ବିନଗରରେ ୧୫ ନୂଆ ଅବରୋଧ ଅଞ୍ଚଳ ଘୋଷଣା ହୋଇଛି ଏବଂ ଏହା ଏବେ ଏକ ହଟ୍‌ସ୍ପଟ୍‌ରେ ପରିଣତ ହୋଇଛି।

ଏଲ୍‌ବିନଗରର ସରୁନଗରରେ ରହିଥିବା ଦୋକାନ ମାଲିକ ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ପାଇଁ ଜନ୍ମଦିନ ପାର୍ଟି ଦେଇଥିଲେ। ତେବେ ଯେଉଁମାନେ ଏହି ପାର୍ଟିରେ ଯୋଗ ଦେ‌ଇଥିଲେ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି। ପାର୍ଟି ଦେଇଥିବା ଦୋକାନ ମାଲିକ ଜଣଙ୍କ ତାଙ୍କ ଦୋକାନ ନିକଟରେ ଜଣେ କର୍ମଚାରୀଙ୍କଠାରୁ କରୋନା ସଂକ୍ରମିତ ହୋଇଥିଲେ। ତେବେ ଗତ କିଛି ଦିନ ତଳେ ଏଲ୍‌ବିନଗରରେ ୨ଟି ଅବରୋଧ ଅଞ୍ଚଳ ଥିବାବେଳେ ଏହା ଏବେ ବଢ଼ି ୧୫ରେ ପହଞ୍ଚିଛି। ୪୫ ଆକ୍ରାନ୍ତଙ୍କ ମଧ୍ୟରେ ପାର୍ଟି ଦେଇଥିବା ବ୍ୟକ୍ତି ଏବଂ ତାଙ୍କ ବନ୍ଧୁଙ୍କର ୨୫ ଜଣ ପରିବାର ସଦସ୍ୟ ଅଛନ୍ତି। ପାର୍ଟିକୁ ଆସିଥିବା ଅନ୍ୟ ସମ୍ପର୍କୀୟମାନେ ବି କରୋନା ସଂକ୍ରମିତ ହୋଇଛନ୍ତି। ଏଲ୍‌ବିନଗରରେ ୫୭ଟି ପଜିଟିଭ୍‌ ମାମଲା ଥିବାବେଳେ ସେଥିରୁ ୭ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର