କୋଭିଡ୍‌ ରୋଗୀଙ୍କୁ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲାଗିବା ଦ୍ବାରା ସେମାନଙ୍କୁ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଛି। ବାସ୍ତବ କାରଣ ଯାହା ଥିଲେ ବି କୋଭିଡ୍‌ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲାଗିବାଦ୍ବାରା ସେମାନଙ୍କୁ ଅଛୁଆଁ ଭଳି ବ୍ୟବହାର ଦେଖାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ‌କେନ୍ଦ୍ର ସ୍ବା‌ସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହାର ନିର୍ଦ୍ଦେଶାବଳିରେ କରୋନା ରୋଗୀଙ୍କ ବାସଭବନ ବାହାରେ ପୋଷ୍ଟର ମାରିବା ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ନାହିଁ। କେନ୍ଦ୍ର ପକ୍ଷରୁ ଆଜି ସଲିସିଟର ଜେନେରାଲ୍‌ ତୁଷାର ମେହଟା କହିଥିଲେ, କେନ୍ଦ୍ର ଏହି ପ୍ରକ୍ର‌ିୟା ଅବଲମ୍ବନ କରିବାପାଇଁ କହିନାହିଁ। କିଛି ରାଜ୍ୟ ନିଜ ହିସାବରେ ଏଭଳି ପନ୍ଥା ଗ୍ରହଣ କରିଛନ୍ତି। ତେବେ କରୋନା ରୋଗୀଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖିବାପାଇଁ ଏହା କରାଯାଇନାହିଁ। ଅନ୍ୟ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଏହା ଆରମ୍ଭ ହୋଇଥି‌ଲା। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବାସ୍ତବ କାରଣ ଯାହା ବି ଥାଉ, କରୋନା ରୋଗୀଙ୍କ ଘର ବାହାରେ ଏହି ପୋଷ୍ଟର ଲାଗିବା ଦ୍ବାରା ସେମାନଙ୍କୁ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର