ଜାତୀୟ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା

ନୂଆଦିଲ୍ଲୀ: ଗୁଜରାଟ ମହାଠକ କିରଣ ପଟେଲ ମାମଲାରେ କଂଗ୍ରେସ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ପ୍ରଶ୍ନ କରିଛି। କିରଣ ନିଜକୁ ପିଏମ୍‌ଓର ଜଣେ ଅଧିକାରୀ ଦର୍ଶାଇ ସମସ୍ତ ସରକାରୀ ସୁବିଧା ହାସଲ କରିଥିଲା। କଂଗ୍ରେସ ନେତା ପୱନ ଖେଡ଼ା ଏହି ମାମଲାରେ ଆଜି ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜଣେ ଠକ କିଭଳି ପିଏମ୍‌ଓର ଅଧିକାରୀ ଭାବେ ଛଦ୍ମବେଶରେ ରହି ସରକାରୀ ସୁବିଧା ହାସଲ କରିଛି ସେନେଇ‌ ସେ ପଚାରିଛନ୍ତି।

ଖେଡ଼ା ଦେଶର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି, ସରକାର ପଟେଲକୁ ଗିରଫ କରିବାରେ ଏତେ ବିଳମ୍ବ କଲେ କାହିଁକି। କିରଣ ଦୀର୍ଘ ୫ ମାସ ଧରି ସରକାରୀ ସୁବିଧାର ଅପବ୍ୟବହାର କରିଛି। ଖେଡ଼ା କହିଛନ୍ତି, ପ୍ରଧାନମନ୍ତ୍ରୀ ଜଣେ ଶିଳ୍ପପତି ଗୌତମ ଆଦାନୀଙ୍କ ପ୍ରତି ଏତେ ସମର୍ପିତ ଯେ ଦେଶରେ କ’ଣ ଘଟୁଛି ତାହା ସେ ଜାଣିପାରୁନାହାନ୍ତି। କେଉଁ ଆଧାରରେ କିରଣ ପଟେଲକୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଇଥିଲା ଏବଂ ସାଧାରଣ ଲୋକ ଯାଉନଥିବା ସ୍ଥାନକୁ ସେ କିଭଳି ଯାଇପାରୁଥିଲା ସେନେଇ ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର