ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଶପଥ ନେଲେ ସିଭି ଆନନ୍ଦ ବୋଷ

କୋଲକାତା: ଡ. ସିଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବାଚସ୍ପତି ବିମାନ ବାନାର୍ଜୀଙ୍କ ଉପସ୍ଥିତିରେ କାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଶପଥ ପାଠ କରାଇଥିଲେ। ୧୯୭୭ ବ୍ୟାଚ୍‌ର ଅବସରପ୍ରାପ୍ତ କେରଳ କ୍ୟାଡର ଆଇଏଏସ୍‌ ଅଧିକାରୀ ବୋଷଙ୍କୁ ଗତ ୧୭ ତାରିଖରେ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା। ବୋଷ ରାଜ୍ୟର ୨୨ତମ ରାଜ୍ୟପାଳ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମେୟର ଫିର୍‌ଦା ହାକିମ, ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ ଉତ୍ସବକୁ ଏଡ଼ାଇ ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ନୂତନ ରାଜ୍ୟପାଳଙ୍କ ପତ୍ନୀ, ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର