ଦଳିତ ମହିଳାମାନଙ୍କୁ ମନ୍ଦିର ଯିବା ବାରଣ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଅଭିଯୋଗ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅମରୋହା ସହରରେ ଥିବା ଏକ ମନ୍ଦିର ଭିତରକୁ ଦଳେ ଦଳିତ ମହିଳାଙ୍କୁ ଯିବାକୁ ବାରଣ କରାଯାଇଥିବା ନେଇ ଏକ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏହି ମାମଲାକୁ ନେଇ ଦତନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଅମରୋହା ସହରର କଲେକ୍ଟର କଲୋନିରେ ଏକ ଶିବ ମନ୍ଦିର ରହିଛି। ଉକ୍ତ କଲେକ୍ଟର କଲୋନିରେ ମୁଖ୍ୟତଃ ସରକାରୀ କର୍ମଚାରୀ ରହନ୍ତି। ଶୁକ୍ରବାର ଦିନ ୧୧-୧୨ ଜଣ ଦଳିତ ମହିଳା କଲୋନିରେ ଥିବା ଶିବ ମନ୍ଦିର ଭିତରକୁ ଯିବାକୁ ବାହାରିଥାନ୍ତି। ସେହି ସମୟରେ ସେହି କଲୋନିରେ ରହୁଥିବା ଦୁଇ ଜଣ କିରାଣୀ ସେମାନଙ୍କ ଭିତରକୁ ପ୍ରବେଶ ନେଇ ପ୍ରତିବାଦ କରିଥିଲେ। ଏପରି ଅପମାନ ପାଇବା ପରେ ସେମାନେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ ନବନୀତ ସିଂହ ଚୌହ୍ଵାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର