ଟିକେ ବି ଭୁଲ ହୋଇଥିଲେ ଚାଲି ଯାଇଥାଆନ୍ତା ଯୁବକଙ୍କ ଜୀବନ ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦମୋହ ରେଳ ଷ୍ଟେସନ୍‌ରେ ଘଟିଥିବା ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟଚକିତ ହୋଇଯାଉଛି। କିଛି ସମୟ ପାଇଁ ଲାଗୁଛି କି ଟ୍ରେନ୍‌ ଯୁବକଙ୍କ ଉପର ଦେଇ ଚାଲିଯାଉଛି। କିନ୍ତୁ ଟ୍ରେନ୍‌ ଅଟକିବା ପରେ ଉକ୍ତ ଯୁବକଙ୍କୁ ରେଳ ଧାରଣାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି। କିିଛି ସମୟ ମଧ୍ୟରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

ସୂଚନାଯୋଗ୍ୟ, ଗତ ସୋମବାର ରାତି ୧୧.୨୦ରେ ସୁପରଫାଷ୍ଟ ଟ୍ରେନ୍‌ ଦୟୋଦୟ ଏକ୍ସପ୍ରେସ୍‌ ଷ୍ଟେସନ୍‌ରେ ପହଞ୍ଚିଥିଲା। ଏହି ସମୟରେ ରେଳ ଧାରଣା ଓ ପ୍ଲାଟଫର୍ମ ମଧ୍ୟରେ ଜଣେ ଯୁବକ ଫସି ଯାଇଥିଲେ। ଲୋକମାନେ ଉକ୍ତ ଯୁବକଙ୍କୁ ଦେଖି ଚିତ୍କାର କରିବାକୁ ଲାଗିଥିଲେ। ଏହାପରେ ଟ୍ରେନ୍‌ ଭିତରେ ଥିବା ଲୋକମାନେ ଜରୁରୀକାଳିନ ଟ୍ରେନ୍‌ ଚେନ୍‌ ଟାଣିବାକୁ ଲାଗିଥିଲେ। ଟ୍ରେନ୍‌ ଧାରଣାରେ ଅଟକିବା ପରେ ଉପସ୍ଥିତ ଲୋକମାନେ ଉକ୍ତ ଯୁବକଙ୍କୁ ଧାରଣାରୁ ଉଦ୍ଧାର କରିଥିଲେ।

ଯୁବକଙ୍କୁ ଉଦ୍ଧାର କରାଯିବା ପରେ ଜଣାପଡ଼ିଥିଲା କି ଉକ୍ତ ଯୁବକ ଜଣକ ମଦ ନିଶାରେ ଥାଇ ଚଳାନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ଏଭଳି ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର