‘ଦଙ୍ଗଲ୍‌’ ଗାର୍ଲ ଜାଇରା ଓ୍ଵାସିମ୍‌ଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଉଦ୍ୟମ

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଭିସ୍ତାରା ବିମାନରେ ‘ଦଙ୍ଗଲ୍‌’ ସିନେମାର ଅଭିନେତ୍ରୀ ଜାଇରା ଓ୍ଵାସିମ୍‌ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଛନ୍ତି। ସେ ପୋଷ୍ଟ କରିଥିବା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ ଦିଲ୍ଲୀ-ମୁମ୍ବାଇ ଭିସ୍ତାରା ବିମାନରେ ତାଙ୍କ ପଛ ସିଟ୍‌ରେ ବସିଥିବା ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ତାଙ୍କୁ ଯୌନ ଉତ୍ପୀଡ଼ ଦେବାକୁ ଉଦ୍ୟମ କରିଥିଲେ।

ଦୁଇଟି ଭିଡିଓରେ ସେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି ପୋଷ୍ଟ କରିଛନ୍ତି। ସେଥିରୁ ଗୋଟିଏ ସେ ବିମାନ ଭିତରେ ସୁଟିଙ୍ଗ୍‌ କରିଥିଲେ। ଆରଟିକୁ ମୁମ୍ବାଇରେ ଅବତରଣ କରିବା ପରେ ସୁଟିଙ୍ଗ୍‌ କରିଥିଲେ। ଏଥିରେ ଜାଇରା ସମ୍ମୁଖୀନ ହୋଇଥିବା ଅଶୋଭନୀୟ ପରିସ୍ଥିତି କଥା ବର୍ଣ୍ଣନା କରିଛନ୍ତି।

ଲୁହ ପୋଛି ପୋଛି ଜାଇରା ଏ ଭିଡିଓରେ କହିଛନ୍ତି: ଏମିତି ହେବା କଥା ନୁହେଁ, ଜଣକୁ ଏମିତିକା ଦୁଃଖ ଦେବା ଅନୁଚିତ, ଏଇଟା ଅତି ଭୟବହ!’’

ସେ କହିଛନ୍ତି ଯେ ପଛ ସିଟ୍‌ରେ ବସିଥିବା ଲୋକ ଜଣକ ତାଙ୍କ ଚେୟାର୍‌ର ହାତ ଉପରେ ପାଦ ରଖିଥିଲେ। ସେ ପ୍ରତିବାଦ କରିବାରୁ ବ୍ୟକ୍ତିଜଣକ କହିଥିଲେ କି ଅସୁବିଧା ହେଉଥିବାରୁ ସେ ସେମିତି ଗୋଡ଼ ରଖିଛନ୍ତି। ତା’ପରେ ଲୋକ ଜଣକ ନିଜ ପାଦରେ ଜାଇରାଙ୍କ ବେକ ଏବଂ ପିଠିକୁ ସ୍ପର୍ଶ କରିଥିଲେ।

କ୍ୟାବିନ୍‌ରେ ମ୍ଳାନ ଆଲୋକର ସୁଯୋଗ ପାଇ ଲୋକ ଜଣକ ଏମିତି କରୁଥିଲେ। ମ୍ଳାନ ଆଲୋକ ଯୋଗୁଁ ହିଁ ଘଟଣାଟିକୁ ସେ ସମ୍ପୂର୍ଣ୍ଣ ରୂପେ ରେକର୍ଡ କରି ପାରିଲେ ନାହିଁ।

ଅଭିଯୋଗ ସତ୍ତ୍ୱେ ବିମାନ ପରିଚାରକମାନଙ୍କୁ ଠାରୁ ଜାଇରାଙ୍କୁ କୌଣସି ସହାୟତା ମିଳି ନ ଥିଲା।

ଝିଅମାନଙ୍କୁ କିଏ ସାହାଯ୍ୟ କରୁଛି? ଆମେ ନିଜେ ନିଜର ସହାୟତା ନ କଲେ, ଅନ୍ୟ କେହି ସାହାଯ୍ୟ କରିବାକୁ ଆଗେଇ ଆସିବେ ନାହିଁ କହି ଜାଇରା ନିଜର ଭିଡିଓ ସମାପ୍ତ କରିଛନ୍ତି।

ସମ୍ବନ୍ଧିତ ଖବର