ପାହାଡ଼ରୁ ଖସିପଡ଼ିଲା ବିଶାଳ ପଥରଖଣ୍ଡ, କୈଳାସ ମାନସରୋବର ଯାଉଥିବା ତୀର୍ଥଯାତ୍ରୀ ଅଧାବାଟରେ ଅଟକିଲେ

ଡେରାଡୁନ୍: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏକ ପାହାଡ଼ରୁ ଏକ ବିରାଟ ପଥର ଖଣ୍ଡ ଖସିପଡ଼ିଛି । ଏହାଫଳରେ ତୀର୍ଥଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ହିନ୍ଦୁ ଭକ୍ତମାନଙ୍କ ପାଇଁ  ଆଦି କୈଳାସ ମାନସରୋବର ଏକ ଲୋକପ୍ରିୟ ତୀର୍ଥସ୍ଥଳୀ । ଭୂସ୍ଖଳନ ଯୋଗୁଁ ଆଦି କୈଳାସ ଯାତ୍ରା କରୁଥିବା ରାସ୍ତାକୁ ଭକ୍ତମାନଙ୍କ ପାଇଁ ବନ୍ଦ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ନଜଙ୍ଗ ତାମ୍ବା ଗ୍ରାମ ନିକଟରେ ଭୂସ୍ଖଳନ ହେବା ପରେ  ତାୱାଘାଟ୍-ଲିପୁଲେଖ ଜାତୀୟ ରାଜପଥ ବନ୍ଦ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ସହିତ ପାଖାପାଖି ୪୦ଜଣ ତୀର୍ଥଯାତ୍ରୀ ତାୱାଘାଟ ନିକଟରେ ଫସିରହିଥିବା ସୂଚନା ରହିଛି ।

ବର୍ତ୍ତମାନ, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥ ସହ ୧୦୦ରୁ ଅଧିକ ଗ୍ରାମ୍ୟ ସଡ଼କ ଅବରୋଧ କରାଯାଇଛି । ଏସଇଓସି ପକ୍ଷରୁ କୁହାଯାଇଛି ଯେ, ଋଷିକେଶ-ଗାଙ୍ଗୋତ୍ରୀ ଜାତୀୟ ରାଜପଥ ଉତ୍ତରାଖଣ୍ଡର ହେଲଗୁଗଡ ଏବଂ ସ୍ୱରୀଗଡ଼ ନିକଟ ପାହାଡରୁ ଖସିପଡ଼ିଥିବା ପଥର ଯୋଗୁଁ ରାସ୍ତା ଅବରୋଧ ହୋଇଥିବା ବେଳେ ଡେରାଡୁନ୍ ଜିଲ୍ଲାର ବିକାଶନଗର-କଲସି-ବରକୋଟର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି।

ଡେରାଡୁନରେ ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିଦ୍ୟୁତ ଯୋଗାଣରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଚନ୍ଦ୍ରବନୀ ଛୋୟଲା, ଶିମଲା ବାଇପାସ୍ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି ।

ସମ୍ବନ୍ଧିତ ଖବର