ମୋଦିଙ୍କୁ ଶିବଲିଙ୍ଗ ଉପରେ ବିଛା ମନ୍ତବ୍ୟ:  ଶଶି ଥରୁର୍‌ଙ୍କ ବିରୋଧରେ ମାନହାନୀ ମାମଲାର  ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଶିବଲିଙ୍ଗ ଉପରେ ଚଢ଼ିଥିବା ଏକ ବିଛା ବୋଲି ବକ୍ତବ୍ୟ ଦେଇ ମାମଲାରେ  ପଡ଼ିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର୍‌। ତାଙ୍କ ନାମରେ ଦିଲ୍ଲୀର  ପଟିଆଲା ହାଉସ୍‌ କୋର୍ଟରେ ରୁଜୁ ହୋଇଛି ଅପରାଧିକ ମାନହାନୀ ମାମଲା। ଦିଲ୍ଲୀର ଭାରତୀୟ ଜନତା ପାର୍ଟି ନେତା ରାଜୀବ ବବ୍ଦର ଦାୟର କରିଥିବା ଏହି ମାମଲାର ଶୁଣାଣି ନଭେମ୍ବର ୧୬ କୁ ଘୁଞ୍ଚାଯାଇଛି।

ମାନହାନୀ ମୋକଦ୍ଦମା କରିଥିବା ରାଜୀବ ବବ୍ଦର କହିଛନ୍ତି ଯେ,ମୁଁ ଭଗବାନ ଶିବଙ୍କର ଜଣେ ଭକ୍ତ। ଅଭିଯୁକ୍ତ ଶଶି ଥରୁର୍‌ଙ୍କ ବକ୍ତବ୍ୟ ଦେଶ ଓ ଦେଶ ବାହାରେ ଥିବା କୋଟି କୋଟି ଶିବ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି।

ଉଲ୍ଲେଖଯୋଗ୍ୟ କି ବେଙ୍ଗାଲୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶଶି ଥରୁର ମନ୍ତବ୍ୟ ଦେଇଥିଲେ କି ମୋଦି ଶିବ ଲିଙ୍ଗ ଉପରେ ବସିଥିବା ଏକ ବିଛା, ନା ତାକୁ ହାତରେ କାଢ଼ି ହେବ, ନା ଚପଲରେ ପିଟି ହେବ।

Deccan Chronicle

ଥରୁରଙ୍କ ନାମରେ ଆଇପିସି ଧାରା ୪୯୯ ଓ ୫୦୦ରେ ମାନହାନୀ ମାମଲା ରୁଜୁ ହୋଇଛି। ଅକ୍ଟୋବର ୨୮ ତାରିଖରେ ବେଙ୍ଗାଲୁରୁ ଠାରେ ନିଜ ଲିଖିତ ପୁସ୍ତକ ‘ପାରାଡକ୍ସିକାଲ ପ୍ରାଇମ୍‌ ମିନିଷ୍ଟର:ନରେନ୍ଦ୍ର ମୋଦି ଆଣ୍ଡ ହିଜ ଇଣ୍ଡିଆ’ର ଲୋକାର୍ପଣ ଅବସରରେ ସେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର