ଆଇଏମ୍‌ଏ ଠାରେ ୧୪୨ତମ ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଶନିବାର ଦିନ ଇଣ୍ଡିଆନ୍‌ ମିଲିଟାରି ଏକାଡେମି (ଆଇଏମ୍‌ଏ) ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୪୨ତମ ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ସମୀକ୍ଷା କରିଛନ୍ତି।

ପ୍ରତିବର୍ଷ ଦୁଇ ଥର ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ଆୟୋଜନ କରାଯାଏ। ଏ ବର୍ଷ ପ୍ରାୟ ୩୦୬ଜଣ କ୍ୟାଡେଟ୍‌ ଆଇଏମ୍‌ଏରୁ ସ୍ନାତକ କରିବେ। ଏହି ଖ୍ୟାତନାମା ପ୍ରତିଷ୍ଠାନ ମଧ୍ୟ ମିତ୍ର ଦେଶମାନଙ୍କର ୭୧ ଜଣ କ୍ୟାଡେଟ୍‌ଙ୍କୁ ତାଲିମ ଦେଇଛି।

ସମୁଦାୟ ୩୭୭ଜଣ ଜେଣ୍ଟଲ୍‌ମେନ୍‌ କ୍ୟାଡେଟ୍‌ଙ୍କ ମଧ୍ୟରୁ ୫୬ ଜଣ ଉତ୍ତର ପ୍ରଦେଶର, ୧୯ ଜଣ ଉତ୍ତାରାଖଣ୍ଡର, ୩୯ ଜଣ ହରିୟାଣାର ଏବଂ ୨୪ ଜଣ ବିହାରର।

Image Source: DNA India

ଶୁକ୍ରବାର ଦିନ ଇଣ୍ଡିଆନ୍‌ ମିଲିଟାରି ଏକାଡେମିରେ ପହଞ୍ଚିଥିବା ରାଜନାଥ ସିଂହ କହିଛନ୍ତି ଯେ ଆଧୁନିକ ସମୟରେ ବିଶ୍ୱବ୍ୟାପୀ ଭାରତର ସୁଖ୍ୟାତି ବଢ଼ିଛି।

ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ପୂର୍ବରୁ ଅଧିକାରୀ ଓ କ୍ୟାଡେଟ୍‌ମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ, ଆଜି ଦେଶ ସମ୍ମିତଳ ହୋଇ ଉଭା ହୋଇଛି। ବିଶ୍ୱସ୍ତରରେ ଭାରତର ସୁଖ୍ୟାତି ବଢ଼ିଛି। ବିଶ୍ୱ ଦୃଷ୍ଟିରେ ଆମେ ଆଉ ଦୁର୍ବଳ ଦେଶ ବୋଲି ବିବେଚିତ ହେଉନାହୁଁ। ସେମାନେ ଅନୁଭବ କରିପାରିଛନ୍ତି ଭାରତ ଗୋଟାଏ ଟାଣୁଆ ଦେଶ।

ସାହସୀ ସେନା କର୍ମଚାରୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନର ଘଟଣାବଳୀରୁ ଦୃଷ୍ଟାନ୍ତ ଦେଇ ସେ କ୍ୟାଡେଟ୍‌ମାନଙ୍କୁ ଉତ୍ସାହ ଦେଇଥିଲେ।

ସମ୍ବନ୍ଧିତ ଖବର