ମୋଦୀଙ୍କ ଭଳି ଦୃଢ଼ ସଂକଳ୍ପ ନଥିଲେ ମନମୋହନ: ଶିଲା

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଆଜି ଆତଙ୍କବାଦ ବିରୋଧୀ ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କଂଗ୍ରେସର ଅଡ଼ୁଆ ବଢ଼ାଇଛନ୍ତି। ଶିଲା ଏକ ଟେଲି‌ଭିଜନ ସାକ୍ଷାତକାରରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ ଯେଭଳି କଠୋର ନୀତି ଧରିଛନ୍ତି, ସେଭଳି ନୀତି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆପଣାଇ ନଥିଲେ। ତେବେ ମୋଦୀ ଏ ସବୁ ‘ରାଜନୀତି’ ପାଇଁ କରୁଛନ୍ତି ବୋଲି ସେ କହିଛନ୍ତି। ୟୁପିଏ ସରକାର ସମୟରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ସରକାରଙ୍କ ନୀତି କ’ଣ ଥିଲା ବୋଲି ପ୍ରଶ୍ନରେ ଶିଲା କହିଥିଲେ ଯେ ମୋଦୀଙ୍କ ଭଳି ଦୃଢ଼ ସଂକଳ୍ପ ମନମୋହନଙ୍କର ନଥିଲା । ଶିଲାଙ୍କ ଏଭଳି ବୟାନକୁ ନେଇ କଂଗ୍ରେସର ଅଡ଼ୁଆ ବଢ଼ିବା ପରେ ଶିଲା ଟ୍ବିଟରରେ ସଫେଇ ଦେଇ କହିଛନ୍ତି ଯେ ତାଙ୍କ କହିବାର ଅର୍ଥ ଥିଲା କେବଳ ଆଗକୁ ନିର୍ବାଚନ ଥିବାରୁ ମୋଦୀ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧିତ ଖବର