ପଛରେ ପଡ଼ିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମି ପାର୍ଟି ପ୍ରାର୍ଥୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ : ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଆମ୍ ଆଦମି ପାର୍ଟି ପାଇଁ ଏକ ଖରାପ ଖବର ଶୁଣିବାକୁ ମିଳୁଛି। ତାହା ହେଲା ଯେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମି ପାର୍ଟି ପ୍ରାର୍ଥୀ ମନୀଷ ସିସୋଦିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ପଛରେ ଅଛନ୍ତି। ଏଠାରେ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ତନଗୀ ଆଗରେ ରହିଛନ୍ତି।
ସୂଚନାଯୋଗ୍ୟ, ୨୦୧୫ ବିଧାନସଭା ନିର୍ବାଚନରେ ଏଠାରୁ ମନୀଷ ସିସୋଦିଆ ବିଜେପିର ବିନୋଦ କୁମାରଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ।
ଦିଲ୍ଲୀରେ୨୭ଟି କେନ୍ଦ୍ରରେ ‌ଭୋଟ ଗଣତି ଚାଲିଛି। ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରୁ ଆମ୍‌ ଆଦମି ପାର୍ଟି (ଆପ୍‌) ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସଠାରୁ ଆଗୁଆ ଥିବା ଜଣାପଡ଼ୁଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ ଆପ୍‌ ୪୧ଟି ଆସନରେ ଏବଂ ବିଜେପି ୨୪ଟି ଆସନରେ ଆଗୁଆ ରହିଛି।

୨୦୧୫ରେ ଅନୁଷ୍ଠିତ ନିର୍ବାଚନରେ ଆମ୍ ଆଦମି ପାର୍ଟି କୁ ୬୭ଟି ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲି ପାରି ନଥିଲା। ଗତ ୮ ତାରିଖର ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ଦିଲ୍ଲୀରେ ପୁଣି ଆମ୍ ଆଦମି ପାର୍ଟି ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜର ଖାତା ଖୋଲବା ଆଶା କରାଯାଉଛି । ଏହା ଫଳରେ ଗତ ଥର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ମୂଳପୋଛ ହୋଇଯାଇଥିବାବେଳେ ଏଥର ଏକ ସୁଦୃଢ ବିରୋଧୀଦଳ ରହିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର