ଦିଲ୍ଲୀ ଫଳାଫଳ : ପ୍ରାରମ୍ଭିକ ପର୍ଯ୍ୟାୟରେ ଆପ ଯଥେଷ୍ଟ ଆଗରେ

ଆପ ୫୩ଟି ଆସନରେ ଓ ବିଜେପି ୧୬ଟି ଆସନରେ ଆଗୁଆ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରୁ ଆମ୍‌ ଆଦମି ପାର୍ଟି (ଆପ୍‌) ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସଠାରୁ ଆଗୁଆ ଥିବା ଜଣାପଡ଼ୁଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ ଆପ୍‌ ୫୩ଟି ଆସନରେ, ବିଜେପି ୧୬ଟି ଆସନ ଓ କଂଗ୍ରେସ ୧ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି ।

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ବିପୁଳ ବହୁମତ ହାସଲ କରିଥିଲା । ଦଳ ମୋଟ ୭୦ଟି ଆସନରୁ ୬୭ଟିରେ ଜିତିଥିଲା । ବିଜେପି ମାତ୍ର ୩ଟିରେ ଜିତିଥିବାବେଳେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା । ତେବେ ଚଳିତ ଥର ଆପ ନିଜର କ୍ଷମତା ବଜାୟ ରଖିବାର ସମ୍ଭାବନା ଥିଲେ ମଧ୍ୟ ଏହା ଗତ ଥରର ସଫଳତା ଦୋହରାଇବା କଷ୍ଟ ବୋଲି ଏକଜିଟ ପୋଲ ପୂର୍ବାନୁମାନରୁ ଜଣାପଡ଼ିଛି । ସେହିପରି ବିଜେପି ଗତଥରର ୩ଟି ଆସନରୁ ନିଜର ଆସନ ସଂଖ୍ୟା ବୃଦ୍ଧି କରିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜର ଖାତା ଖୋଲବା ଆଶା କରାଯାଉଛି । ଏହା ଫଳରେ ଗତ ଥର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ମୂଳପୋଛ ହୋଇଯାଇଥିବାବେଳେ ଏଥର ଏକ ସୁଦୃଢ ବିରୋଧୀଦଳ ରହିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର