ଦିଲ୍ଲୀ: ହୋର୍ଡିଙ୍ଗ୍‌ ହଟାଇ ଦେବାରୁ ‘ଏସ୍‌ଡିଏମ୍‌ସି’ କର୍ମଚାରୀଙ୍କୁ ପିଟିବା ସହ ଗାଳି ଦେଲେ ପୂର୍ବତନ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ହୋର୍ଡିଙ୍ଗ୍ ଏବଂ ପୋଷ୍ଟର୍‌ ହଟାଇ ଦେଇଥିବା କହି ଓଖ୍‌ଲା ଅଞ୍ଚଳର ଜଣେ ପୂର୍ବତନ କଂଗ୍ରେସ ବିଧାୟକ ‘ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ର କର୍ମଚାରୀମାନଙ୍କୁ ପିଟାପିଟି କରିବା ସହ ଗାଳି ଦେଉଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଉକ୍ତ ହୋର୍ଡିଙ୍ଗ୍ ଏବଂ ପୋଷ୍ଟର୍‌ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ୍‌ ଆସିଫ୍‌ ଖାଁ ଲଗାଇଥିଲେ।

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଶୁକ୍ରବାର ଦିନ ପୁଲିସ କହିଛି ଯେ, ଏ ବିଷୟରେ ସେମାନେ ‘ଏଫ୍‌ଆଇଆର୍‌’ ଫାଇଲ୍ କରିବେ।

ତେଣେ, ପୂର୍ବତନ ବିଧାୟକ ଖାଁ କହିଛନ୍ତି ଯେ, ସେମାନେ ‘ଏସ୍‌ଡିଏମ୍‌ସି’ କର୍ମଚାରୀ ବୋଲି ସେ ଜାଣି ନ ଥିଲେ। ସେ କହିଛନ୍ତି, ସେମାନେ କିଏ ମୁଁ ଜାଣି ନ ଥିଲି। ଘଟଣା ସଂକ୍ରାନ୍ତରେ ମଧ୍ୟ ‘ଏସ୍‌ଡିଏମ୍‌ସି’ରୁ କୌଣସି ଫୋନ୍‌ କଲ୍‌ କିଂବା ମେସେଜ୍‌ ପାଇନାହିଁ।

Image Courtesy of India Today

ସତ୍ୟ ବୋଲି ଜଣାପଡୁଥିବା ଉକ୍ତ ଭିଡିଓରେ ଖାଁ ଖଣ୍ଡେ ବାଡ଼ିରେ ଚାରିଜଣ ବ୍ୟକ୍ତିଙ୍କୁ ପିଟିବା ସହ କାନଧରି ଉଠ୍‌ବସ୍‌ ହେବାକୁ ଆଦେଶ ଦେଉଥିବା ଦୃଶ୍ୟରହିଛି।

ଗଣମାଧ୍ୟମକୁ ଖାଁ କହିଛନ୍ତି, କିଛି ଦିନ ହେବ ଦେଖୁଛି, ଓଖ୍‌ଲା ଅଞ୍ଚଳରେ ମୁଁ ଲଗାଉଥିବା ହୋର୍ଡିଙ୍ଗ୍‌ଗୁଡ଼ିକୁ ତୁରନ୍ତ ହଟାଇ ଦିଆଯାଉଥିବା ବେଳେ ସ୍ଥାନୀୟ ‘ଆପ୍‌’ ବିଧାୟକ ଏବଂ ମହାନଗର ନିଗମର ହୋର୍ଡିଙ୍ଗ୍‌ଗୁଡ଼ିକ ଯେମିତି କି ସେମିତି ରହୁଛି।

ମୁଁ ଦେଖିଲି ଓଖ୍‌ଲାରେ ଥିବା ମୋ ବାସଭବନ ଆଖପାଖରୁ କିଛି ଲୋକ କଂଗ୍ରେସ ପାର୍ଟିର ହୋର୍ଡିଙ୍ଗ୍‌ ଓ ପୋଷ୍ଟର୍‌ଗୁଡ଼ିକୁ ହଟାଇ ଦେଉଛନ୍ତି। ସେମାନେ ଅନ୍ୟ ଦଳମାନଙ୍କର ହୋର୍ଡିଙ୍ଗ୍‌ ଓ ପୋଷ୍ଟର୍‌ଗୁଡ଼ିକୁ ହଟାଉ ନାହାନ୍ତି, କାହିଁକି ବୋଲି ପଚାରିବାରୁ ସେମାନେ ନିରବ ରହିଲେ। ମୁଁ ତାଙ୍କୁ ପାନେ ଦେବାକୁ ଚାହିଁଲି। ସେମାନେ କିଏ ବୋଲି ମୋର ଧାରଣା ନ ଥିଲା।

ସମ୍ବନ୍ଧିତ ଖବର