ଚିଦମ୍ବରମ୍‌ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏମ୍‌ସ୍‌ ଡାକ୍ତରୀ ବୋର୍ଡ ଗଠନ କରିବାକୁ ନିର୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବି ଚିଦମ୍ବରମ୍‌ଙ୍କୁ ଷ୍ଟେରାଇଲ୍‌ ପରିବେଶ ଥିବା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯିବା ଉଚିତ କି, ନାହିଁ ପରୀକ୍ଷା କରିବାକୁ ବୋର୍ଡ ଅଫ୍‌ ଡକ୍ଟର୍‌ସ୍‌ ଗଠନ କରିବାକୁ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ଏମ୍‌ସ୍‌ ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି।

ଡାକ୍ତରୀ କାରଣରୁ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଶୁଣାଣି କରିବା ସମୟରେ ହାଇକୋର୍ଟ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟା ୭ଟା ବେଳେ ମେଡିକାଲ୍‌ ବୋର୍ଡ ତାଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ରିପୋର୍ଟ ଦେବ।

Image Source: India Today

ଚିଦମ୍ବରମ୍‌ଙ୍କ ଓକିଲ କପିଳ ସିବଲ ହାଇକୋର୍ଟଙ୍କୁ କହିଥିଲେ ଯେ ଚିଦମ୍ବରମ୍‌ଙ୍କର ତୁରନ୍ତ ଡାକ୍ତରୀ ସହାୟତା ଆବଶ୍ୟକ। ସେ ହାଇଦ୍ରାବାଦସ୍ଥିତ ଡାକ୍ତର ଡି ନାଗେଶ୍ୱର ରାଓଙ୍କ ଦ୍ୱାରା ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଚାହାଁନ୍ତି।

ସଲିସିଟର୍‌ ଜେନେରାଲ୍‌ ଅଦାଲତଙ୍କୁ କହିଲେ ଯେ ଚିଦମ୍ବରମ୍‌ଙ୍କୁ ଏମ୍‌ସ୍‌ ଡାକ୍ତରମାନେ ପରୀକ୍ଷା କରିଛନ୍ତି। ସିବଲ ଯୁକ୍ତି ବାଢ଼ିଲେ ଯେ ତାଙ୍କୁ ଗୋଟାଏ ଘରୋଇ ଡାକ୍ତରଖାନାକୁ ନିଆଯାଉ।

ଅଦାଲତ ତାଙ୍କ ଦାବି ଅଗ୍ରାହ୍ୟ କରି ଦେବାରୁ ସିବଲ କହିଲେ କି, ତିହାରରୁ ନିଆଯାଇ ତାଙ୍କୁ ଏମ୍‌ସ୍‌ର ଗୋଟାଏ ଏକାନ୍ତ ଷ୍ଟେରାଇଲ୍‌ ଓ୍ଵାର୍ଡରେ ରଖାଯାଉ।

ସମ୍ବନ୍ଧିତ ଖବର