ସାଧାରଣତନ୍ତ୍ର ଦିବସ ନିରାପତ୍ତା ପାଇଁ ସିସିଟିଭି କ୍ୟାମେରା ବାବଦରେ ଦିଲ୍ଲୀ ପୁଲିସ ଖର୍ଚ୍ଚ କରୁଛି ୭ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରତିବର୍ଷ ସାଧାରଣତନ୍ତ୍ର ଏବଂ ସ୍ୱାଧୀନତା ଦିବସ ପାଳନ ସମୟରେ ନିରାପତ୍ତା ପାଇଁ ସିସିଟିଭି କ୍ୟାମେରା ଭଡ଼ା ବାବଦରେ ଦିଲ୍ଲୀ ପୁଲିସ ଖର୍ଚ୍ଚ କରୁଛି ୭ କୋଟିରୁ ଅଧିକ ଟଙ୍କା।

ଶୁକ୍ରବାର ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ରାଜପଥ, ଇଣ୍ଡିଆ ଗେଟ୍‌, ଲାଲ୍‌ କିଲ୍ଲା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପରେଡ୍‌ରେ ଅଂଶଗ୍ରହଣ କରୁଥିବା ଲୋକେ ଯାତାୟାତ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତାଗୁଡ଼ିକରେ ୬୦୦ରୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି।

ଏହି କ୍ୟାମେରାଗୁଡ଼ିକୁ ଖୋଲା ଟେଣ୍ଡର୍‌ ଯୋଗେ ଭଡ଼ାରେ ଅଣାଯାଇଛି। ଏହାର ଭଡ଼ା ଏବଂ ଇନ୍‌ଷ୍ଟଲେସନ୍‌ ଚାର୍ଜ ପାଇଁ ଖର୍ଚ୍ଚ ହେଉଛି ପ୍ରାୟ ୫ କୋଟି ଟଙ୍କା। ସେଗୁଡ଼ିକୁ ମାସେ ପାଇଁ ଭଡ଼ାରେ ଅଣାଯାଇଛି।

କିନ୍ତୁ ଦିଲ୍ଲୀର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହନ୍ତି: ଏ ଦୁଇଟି ଉତ୍ସବ ନିମନ୍ତେ କ୍ୟାମେରା ଭଡ଼ା ବାବଦରେ ଯେତେ ଖର୍ଚ୍ଚ ହେଉଛି ଯଦି କ୍ୟାମେରା କିଣି ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳରେ ତାହାକୁ ସ୍ଥାୟୀ ଭାବରେ ଲଗାଯାଏ ତା’ଠାରୁ କମ୍‌ ପଡ଼ିବ।

ଗତ ସ୍ୱାଧୀନତା ଦିବସରେ ଲାଲ୍‌ କିଲ୍ଲାର ଆଖପାଖରେ ୫୦୦ ସିସିଟିଭି କ୍ୟାମେରା ଲାଗିଥିଲା। କେବଳ ଏଥିପାଇଁ ଖର୍ଚ୍ଚ ହୋଇଥିଲା ଅଢ଼େଇ କୋଟି ଟଙ୍କା।

ସମ୍ବନ୍ଧିତ ଖବର