ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ କଟା ଯାଇଥିବା ୧.୫ଲକ୍ଷ ଚାଲାଣକୁ ଫେରାଇ ନେବ ଦିଲ୍ଲୀ ଟ୍ରାଫିକ ପୁଲିସ!

ନୂଆଦିଲ୍ଲୀ : ଦିଲ୍ଲୀ ଟ୍ରାଫିକ ପୁଲିସ ପ୍ରାୟ ୧.୫ଲକ୍ଷ ଚାଲାଣ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । କଟା ଯାଇଥିବା ଚାଲାଣ ମଧ୍ୟରୁ ଅଧିକ ଚାଲାଣ ରାଷ୍ଟ୍ରୀୟ ରାଜମାଗ-୨୪ରେ କଟାଯାଇଥିବା ବେଳେ ଅଗଷ୍ଟରୁ ଅକ୍ଟୋବର ୧୦ପର୍ଯ୍ୟନ୍ତ କଟାଯାଇଥିବା ଚାଲାଣ ଫେରାଇନେବ ଦିଲ୍ଲୀ ଟ୍ରାଫିକ ପୁଲିସ । ନିର୍ଦ୍ଧାରିତ ସୀମାଠାରୁ ଦ୍ରୁତ ଗତିର ଗାଡ଼ି ଚଳାଉଥିବା ଅଭିଯୋଗରେ ଏହି ସବୁ ଚାଲାଣ କଟା ଯାଇଥିଲା । ତେବେ ଚାଲାଣ ପାଇଁ ଲୋକେ ଭରିଥିବା ଜରିମାନା ତାଙ୍କୁ ଫେରାଯିବ କି ନାହିଁ, ତାହା ଜଣା ପଡ଼ି ନାହିଁ ।

पीडब्ल्यूडी ने साइनबोर्ड बदलने से किया इंकार
oneindia.com

ମିଳିଥିବା ସୂଚନା ମୁତାବକ, କଟାଯାଇଥିବା ଏକାଧିକ ଚାଲାଣ ଏନ୍‌ଏଚ୍‌ ୨୪ର ନିଜାମୁଦ୍ଦିନ୍‌ ବ୍ରିଜ୍‌ ଓ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜିପୁର ମଧ୍ୟରେ କଟାଯାଇଥିଲା । ଏଠାରେ ପିଡବ୍ଲ୍ୟୁଡି ପକ୍ଷରୁ ଏକ ସାଇନ୍‌ବୋର୍ଡ ଲଗା ଯାଇଥିଲା, ଯେଉଁଥିରେ ଗତି ସୀମା ଘଣ୍ଟା ପ୍ରତି ୭୦କିଲୋମିଟର ଲେଖାଯାଇଥିଲା । କିନ୍ତୁ ଟ୍ରାଫିକ ପୁଲିସ ଗତି ସୀମା ଘଣ୍ଟା ପ୍ରତି ୬୦କିଲୋମିଟର ହିସାବରେ ଲୋକଙ୍କ ଚାଲାଣ କାଟିଥିଲେ । ଏ ନେଇ ଅନେକ ଲୋକ ଅଭିଯୋଗ କରିବା ପରେ ଟ୍ରାଫିକ ପୁଲିସ ଏବେ କଟାଯାଇଥିବା ଚାଲାଣକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର