ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି, ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷରେ ପହଞ୍ଚିବା ନାହିଁ: ଅମିତ ଶାହା

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ଜାତୀୟ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ଲକ୍ଷରେ ପହଞ୍ଚିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ | ଆଜି ଏକ ସାକ୍ଷାତକାରରେ ଯୋଗ ଦେଇ ମୁଁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ସହମତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଜୁନ୍ ମାସର ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ, ଜୁଲାଇ ୩୧ସୁଦ୍ଧା ଦିଲ୍ଲୀରେ ୫.୫ଲକ୍ଷ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେବେ। ଶଯ୍ୟାର ଅଭାବ ଦେଖାଯିବ ସହ ପରିସ୍ଥିତି ସମ୍ଭାଳିବା କଷ୍ଟକର ହେବ। ତେବେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏ ବିଷୟରେ ଆଲୋଚନା କରି ଏହା ଦିଲ୍ଲୀର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ବୋଲି କହିଛନ୍ତି। ଆକଳନ ଠିକ୍ କି ଭୁଲ୍ ମୁଁ ଭିତରକୁ ଯିବାକୁ ଚାହେଁ ନାହିଁ। କିନ୍ତୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବୟାନ ପାଇଁ ଭୟର ପରିସ୍ଥିତି ଉପୁଜିଲା ଏବଂ କିଛି ଲୋକ ଦିଲ୍ଲୀରୁ ବାହାରକୁ ଯିବା ଆରମ୍ଭ କରିବାକୁ ଲାଗିଲେ ବୋଲି ସେ କହିଛନ୍ତି।

Amit Shah: On Corona, we may have fallen short (but) what did ...
The Indian Express

ଶାହା ଏହା ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ମୁଁ ଏ ବିଷୟରେ ତିନିଜଣ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଛି | କରୋନାର ମୁକାବିଲା ପାଇଁ ବର୍ତ୍ତମାନ ଆମେ ଦିନକୁ ହାରାହାରି ୨୦,୦୦୦ ପରୀକ୍ଷା କରିବା ଆରମ୍ଭ କରିଛୁ | ଏହା ସହ ଦିଲ୍ଲୀରେ ସେରୋ ସର୍ଭେ ମଧ୍ୟ ଆରମ୍ଭ କରାଯାଇଛି | ଏବେ ମୁଁ ନିଶ୍ଚିତ ଯେ ବର୍ତ୍ତମାନ ଆମେ ସେହି ପର୍ଯ୍ୟାୟରେ ପହଞ୍ଚିବୁ ନାହିଁ, କାରଣ ଆମେ ପ୍ରତିଷେଧକ ବ୍ୟବସ୍ଥା ଉପରେ ଏବେ ଅଧିକ ଗୁରୁତ୍ୱାରୋପ କରିଛୁ |

ସମ୍ବନ୍ଧିତ ଖବର