ପଞ୍ଜାବରେ ଆଲୋଡ଼ନ: ଡେରା ଅନୁଗାମୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଡେରା ସଚା ସୌଦାର ଜଣେ ଅନୁଗାମୀଙ୍କୁ ଗୁରୁବାର ଦିନ ପଂଜାବର ଫରିଦକୋଟ ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଛି। ୨୦୧୫ ମସିହାରେ ପବିତ୍ର ଶିଖ୍‌ ଧର୍ମଗ୍ରନ୍ଥକୁ ଅପମାନ କରିଥିବା ମାଲାରେ ଜଣେ ଅଭିଯୁକ୍ତ ପ୍ରଦୀପ ସିଂହଙ୍କୁ ଆଜି ଫରିଦକୋଟର କୋଟକପୁରା‌ ସ୍ଥିତ ତାଙ୍କ ଦୋକାନାରେ ଗୁଳି କରି ହତ୍ୟା କରାଯାଇଛି। ପ୍ରଦୀପଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବ୍ୟକ୍ତି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ଗୁଳିମାଡ଼ ବାଜିଛି।

ନିକଟରେ ଲାଗିଥିବା ଏକ ସିସିଟିଭିରେ ଏହି ଘଟଣା ରେକର୍ଡ ହୋଇଛି। ଏହି ଗୁଳିକାଣ୍ଡକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଦୀପ ନିକଟରେ ଜାମିନରେ ଆସିଥିଲେ। ୫ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍‌ରେ ଆସି ପ୍ରଦୀପଙ୍କ ଦୋକାନ ଭିତରେ ପଶିଥିଲେ ଏବଂ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଅପରାଧ ଘଟାଇ ଦୁର୍ବୃତ୍ତମାନେ ତୁରନ୍ତ ସ୍ଥାନ ଛାଡ଼ି ପଳାଇଥିଲେ। ଆଇଜିପି ପ୍ରଦୀପ ଯାଦବ କହିଛନ୍ତି, ଅଭିଯୁକ୍ତମାନେ ଖୁବ୍‌ଶୀଘ୍ର ଗିରଫ ହେବେ। ପୁଲିସ ଏହି ଗୁଳିକାଣ୍ଡର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର