ବରେଲିରେ ଚାଲିଛି ‘ଓଲଟା କେରଳ ଷ୍ଟୋରୀ’ : ଘଟଣା କ’ଣ ଜାଣନ୍ତୁ..

ନୂଆଦିଲ୍ଲୀ : ଆଜିକାଲି ସୁଦୀପ୍ତ ସେନଙ୍କ ‘ଦ କେରଳ ଷ୍ଟୋରି’ ଫିଲ୍ମ ଏବେ ଚର୍ଚ୍ଚାରେ ରହିଛି । ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହ ଜଡ଼ିତ ଲୋକମାନେ କିପରି ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ଝିଅଙ୍କୁ ଟାର୍ଗେଟ୍ କରୁଛନ୍ତି ତାହା ଏଥିରେ ଦର୍ଶାଯାଇଛି । ନିର୍ଦ୍ଦେଶକ ଏହାକୁ ଏକ ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ବୋଲି କହିଛନ୍ତି । ସାରା ଦେଶରେ ଏହି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିଚାଲିଛି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ବରେଲିରେ ଏହାର ଓଲଟା କଥା ଚାଲିଛି । ଏଠାରେ ଜଣେ ବ୍ୟକ୍ତି ମୁସଲମାନ ଝିଅମାନଙ୍କ ଧର୍ମ ପରିବର୍ତ୍ତନ କରି ସେମାନଙ୍କୁ ହିନ୍ଦୁ ଯୁବକଙ୍କ ସହ ବିବାହ କରାଇଦେଉଛନ୍ତି ।

ଧର୍ମପରିବର୍ତ୍ତନ ଓ ବିବାହର ଏହି କାର୍ଯ୍ୟ ମାଧୀନାଥସ୍ଥିତ ଅଗସ୍ତ୍ୟ ମୁନି ଆଶ୍ରମର ଆଚାର୍ଯ୍ୟ ପଣ୍ଡିତ କେକେ ଶଙ୍ଖଧର କରନ୍ତି। ଗତ ୧୦ ବର୍ଷ ମଧ୍ୟରେ ଆଶ୍ରମରେ ୭୮ ଜଣ ନାବାଳିକାଙ୍କୁ ଧର୍ମାନ୍ତରିତ କରି ବିବାହ କରାଯାଇଛି ।

୨୦୧୩ରେ ସେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟ କରିଥିଲେ ।  ପରେ ପ୍ରତିବର୍ଷ ହିନ୍ଦୁ ପୁଅ ତ କେତେବେଳେ ମୁସଲମାନ ଝିଅମାନେ ପାଖକୁ ଆସି ବିବାହ କଥା ହେଉଥିଲେ । ସେ ସେମାନଙ୍କ ବୟସ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରି ସେମାନଙ୍କୁ ବିବାହ କରାଇଦିଅନ୍ତି । ୨୦୨୨ ବେଳକୁ ଏପରି ଧର୍ମାନ୍ତରୀକରଣ ଓ ବିବାହ ସଂଖ୍ୟା ପ୍ରାୟ ୩୫ରେ ପହଞ୍ଚିଥିଲା, କିନ୍ତୁ ଏହା ପରେ ଏହା ବୃଦ୍ଧି ପାଇଛି । କେବଳ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୪୦ ଜଣ ଝିଅଙ୍କ ବିବାହ ହୋଇଛି । ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଚାର୍ଯ୍ୟ ଶଙ୍ଖଧର କହିଛନ୍ତି ।

 

ସମ୍ବନ୍ଧିତ ଖବର