କରୋନାଭାଇରସ୍‌ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପଦେଶ: ଶୁଣା କଥା ବିଶ୍ୱାସ କରନ୍ତୁ ନାହିଁ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ଏଡ଼ାଇବା ବିଷୟରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏଥି ନିମନ୍ତେ ଶୁଣାକଥାକୁ ବିଶ୍ୱାସ କରନ୍ତୁ ନାହିଁ।

Image Source: Hindustan Times

ଭାରତୀୟ ଜନୌଷଧି ପରିଯୋଜନା କେନ୍ଦ୍ରରେ ଉପସ୍ଥିତ ଜନତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ପରାମର୍ଶ ଦେଇଛନ୍ତି। ଗୌହାଟି ଏବଂ ଡେରାଡୁନ୍‌ ସମେତ ସମଗ୍ର ଦେଶର କେତୋଟି ବଛା ବଛା ଜନୌଷଧି କେନ୍ଦ୍ରର ମାଲିକ ଏବଂ ଗ୍ରାହକମାନଙ୍କ ସହ ପ୍ରଧାନମନ୍ତ୍ରୀ କରୋନାଭାଇରସ୍‌ ସମ୍ବନ୍ଧରେ କଥାବାର୍ତ୍ତା କରିଥିଲେ।

Image Source: India Today

ପ୍ରଧାନମନ୍ତ୍ରୀ କହିଲେ ଯେ ଏ ଭଳି ସମୟରେ ଗୁଜବ ଜଲ୍‌ଦି ବ୍ୟାପିଥାଏ। କେତେକ ଲୋକ କହିବେ ଏଇଟା ଖାଇବା ଅନୁଚିତ। ସେଇଟା କରିବା ଉଚିତ ନୁହେଁ। କେତେକ ଲୋକ ଦୁଇଚାରିଟା ନୂଆ ଜିନିଷ ଆଣି କହିବେ ଯେ ଏହାକୁ ଖାଇଲେ କରୋନାଭାଇରସ୍‌ ସଂକ୍ରମଣ ହେବନାହିଁ। ଆମେ ଏଭଳି ଗୁଜବକୁ ମଧ୍ୟ ଏଡ଼ାଇବା ଉଚିତ।

ସେ ପୁଣି କହିଲେ ଯେ ଯାହା କରିବେ, ତାହା ଡାକ୍ତରଙ୍କ ଉପଦେଶ ଅନୁସାରେ କରନ୍ତୁ।

ଏହାଛଡ଼ା ପରସ୍ପରକୁ ସ୍ୱାଗତ କରିବାକୁ କରମର୍ଦ୍ଦନ କରିବା ପରିବର୍ତ୍ତେ ନମନ୍ତେ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱର ଜନତା ପରସ୍ପରକୁ ସ୍ୱାଗତ କରିବାକୁ ନମସ୍ତେ ଅଭ୍ୟାସ କଲେଣି। ଆମେ ମଧ୍ୟ ନମସ୍ତେ ଅଭ୍ୟାସ କରିବା ଉଚିତ।

ସମ୍ବନ୍ଧିତ ଖବର