ସଭରକରଙ୍କୁ ନେଇ ଶିବସେନା ଓ କଂଗ୍ରେସ ମଧ୍ୟରେ ମତଭେଦ
ମୁମ୍ବାଇ : ବିନାୟକ ଦାମୋଦର ସଭରକରଙ୍କୁ ନେଇ ମହାରାଷ୍ଟ୍ର ସରକାରରେ ଦୁଇ ମେଣ୍ଟ ସହଯୋଗୀ ଶିବସେନା ଓ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଛି । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ସଂପର୍କରେ କଂଗ୍ରେସ ନେତା ଦେଇଥିବା ମନ୍ତବ୍ୟକୁ ଶିବସେନା ନାପସନ୍ଦ କରିଛି । ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଆମେ ଉଭୟ ମହାତ୍ମା ଗାନ୍ଧି ଓ ପଣ୍ଡିତ ନେହେରୁଙ୍କୁ ସମ୍ମାନ କରୁ । କିନ୍ତୁ ସଭରକରଙ୍କୁ ଅସମ୍ମାନ ନହେଉ । ଗାନ୍ଧି ଓ ନେହେରୁଙ୍କ ପରି ସଭରକର ମଧ୍ୟ ଦେଶପାଇଁ ଜୀବନ ଦେଇଥିଲେ । ବୁଦ୍ଧିମାନ ଲୋକମାନଙ୍କୁ ଆଉ କିଛି ଅଧିକ କହିବା ଆବଶ୍ୟକ ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
विर सावरकर हे महाराष्ट्राचेच नव्हे तर देशाचे दैवत आहे.
सावरकर नावात राष्ट्राभिमान आणि स्वाभिमान आहे. नेहरू ,गांधी यांच्या प्रमाणेच सावरकर यांनी स्वातंत्र्यासाठी जीवनाचा होम केला. अशा प्रत्येक दैवताचा सन्मान करायला हवा.इथे तडजोड नाहीत.
जय हिंद— Sanjay Raut (@rautsanjay61) December 14, 2019
ଆଜି ଦିଲ୍ଲୀର ରାମଲୀଳା ମୈଦାନଠାରେ ଅନୁଷ୍ଠିତ ଭାରତ ବଞ୍ଚାଅ ର୍ୟାଲି ଅବସରରେ ରାହୁଲ କହିଥିଲେ ଯେ ତାଙ୍କ ନାଁ ହେଉଛି ରାହୁଲ ଗାନ୍ଧି, ରାହୁଲ ସଭରକର ନୁହେଁ ଯେ ସେ କ୍ଷମା ମାଗିବେ । ରାହୁଲଙ୍କ ଏହି ବକ୍ତବ୍ୟ ପରେ ବିଜେପି କହିଥିଲା ଯେ ଏହି ପ୍ରସଙ୍ଗରେ ଶିବସେନାର ମତାମତକୁ ଅପେକ୍ଷା କରାଯାଇଛି ।
ଗତ ସାଧାରଣ ନିର୍ବାଚନବେଳେ ମଧ୍ୟ ରାହୁଲ କହିଥିଲେ ଯେ ସଭରକର ବ୍ରିଟିଶ ସରକାରଙ୍କୁ କ୍ଷମାପ୍ରାର୍ଥନା କରି ଜେଲଦଣ୍ଡରୁ ମୁକ୍ତି ପାଇଥିଲେ ।