କେନ୍ଦ୍ରର ସାହାଯ୍ୟ ଦରକାର ନାହିଁ, ବଙ୍ଗଳା ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ: ମମତା

କୋଲକାତା : ଆମକୁ କେନ୍ଦ୍ରର ଟଙ୍କା ଦରକାର ନାହିଁ। ବଙ୍ଗଳା ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ। ଆତ୍ମ ସମ୍ମାନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଇନ୍‌ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି। ସେ କହିଛନ୍ତି, ବଙ୍ଗଳାରେ ରହୁଥିବା କିଛି ଲୋକ ରାଜ୍ୟ ବିରୋଧରେ ଷଡଯନ୍ତ୍ର ରଚୁଛନ୍ତି। ସେମାନେ ବଙ୍ଗଳାକୁ ଟଙ୍କା ନଦେବା ପାଇଁ କେନ୍ଦ୍ରକୁ କହୁଛନ୍ତି। ଶାସକ ଟିଏମ୍‌ସିକୁ ଅଯଥା ବଦନାମ କରାଯାଉଛି। ଦୁର୍ନୀତି ମାମଲାରେ ଦଳର ବରିଷ୍ଠ ନେତାଙ୍କ ଗିରଫଦାରୀକୁ ନେଇ ସେ କହିଛନ୍ତି, ଯେଉଁମାନେ ଭୁଲ୍ କରିଛନ୍ତି ସେମାନଙ୍କୁ ସଂଶୋଧନ କରିବାର ସୁଯୋଗ ଦିଆଯାଉ।

ସମ୍ବନ୍ଧିତ ଖବର