ରାତ୍ରିକାଳୀନ କର୍ଫ୍ୟୁବେଳେ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ଚଳାଚଳ କରିପାରିବ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ଲକଡାଉନ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ (ଓଡ଼ିଶାରେ ସଂଧ୍ୟା ୭ଟାରୁ ସକାଳ ୫ଟା) ଲାଗୁ ହେଉଥିବା କର୍ଫ୍ୟୁ ବେଳେ ଲୋକମାନେ ଯେପରି ଅଧିକ ଗହଳି ନ କରନ୍ତି ତାହାକୁ ନିଶ୍ଚିତ କରିବାକୁ ହେବ । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ୱାକ୍ଷର ଥିବା ଏହି ପତ୍ର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ପଠାଯାଇଛି ।

ତେବେ ଏହି ରାତ୍ରିକାଳୀନ କର୍ଫ୍ୟୁକୁ ନେଇ ମନ୍ତ୍ରାଳୟ ପକ୍ଷରୁ କେତେକ ସ୍ପଷ୍ଟୀକରଣ ଦିଆଯାଇଛି । କର୍ଫ୍ୟୁ ସମୟରେ ଜରୁରୀକାଳୀନ କାର୍ଯ୍ୟକୁ ଅନୁମତି ଦିଆଯିବ । ସେହିପରି ଯାତ୍ରୀବାହୀ ବସରେ ଯାଉଥିବା ଲୋକମାନଙ୍କୁ ଅଟକାଯିବ ନାହିଁ । ଯେଉଁଲୋକମାନେ ବସ,ଟ୍ରେନ ବା ଫ୍ଲାଇଟରୁ ଓହ୍ଲାଇ ଘରକୁ ଯାଉଥିବେ ସେମାନଙ୍କୁ ମଧ୍ୟ ଅଟକାଯିବ ନାହିଁ । ସେହିପରି ମାଲବାହୀ ଟ୍ରକ ଚଳାଚଳ ଓ ଟ୍ରକରୁ ସାମଗ୍ରୀ ଲୋଡିଂ-ଅନଲୋଡିଂକୁ ଅନୁମତି ଦିଆଯିବ । ଏ ସମ୍ପର୍କରେ ପୁଲିସ ଓ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବାକୁ ଏହି ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରାଳୟ ପକ୍ଷରୁ ଗତ ମେ ୩୦ରେ ସାରା ଦେଶରେ ଅନଲକ-୧ ଘୋଷଣା କରାଯାଇଥିଲା । ତେବେ ରାତ୍ରିକାଳୀନ କର୍ଫ୍ୟୁକୁ ଜାରି ରଖାଯାଇଥିଲା ।

ସମ୍ବନ୍ଧିତ ଖବର