ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୪. ୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ନୂଆଦିଲ୍ଲୀ: ସୋମବାର ସକାଳେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂମିକମ୍ପ ସଂଘଠିତ ହୋଇଯାଇଛି, ରିକ୍ଟର୍‌ ସ୍କେଲ୍‌ରେ ଯାହାର ତୀବ୍ରତା ଥିଲା ୪. ୮। ସକାଳ ୬: ୪୪ରେ ଏହି ଭୂମିକମ୍ପ ହୋଇଛି।

ଭୂଗର୍ଭର ୯୫ କିଲୋମିଟର ଗଭୀରରେ ଥିଲା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ।

ଫେବ୍ରୁଆରି ୨୮ ତାରିଖ ସକାଳ ୫: ୩୦ ମିନିଟ୍‌ରେ ନିକୋବର ଆଇଲାଣ୍ଡ୍‌ରେ ମଧ୍ୟ ଗୋଟାଏ ଭୂମିକମ୍ପ ହୋଇଥିଲା, ରିକ୍ଟର୍‌ସ୍କେଲ୍‌ରେ ଯାହାର ତୀବ୍ରତା ଥିଲା ୪.୮।

ଫେବ୍ରୁଆରି ୧୩ ତାରିଖ ରାତି ୧: ୫୧ରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୪. ୫ ତୀବ୍ରତାସମ୍ପନ୍ନ ଏକ ଭୂମିକମ୍ପ ସଂଘଠିତ ହୋଇଥିଲା। ଆଣ୍ଡାମାନ ଦ୍ୱୀପପୁଞ୍ଜ ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେଏହା ସଂଗଠିତ ହୋଇଥିଲା।

ସମ୍ବନ୍ଧିତ ଖବର