ଏକକ ନିର୍ବାଚନ ସପକ୍ଷରେ ନିର୍ବାଚନ କମିସନ୍‌ କିନ୍ତୁ, ଏଥିପାଇଁ ସମ୍ବିଧାନରେ ୫ଟି ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ସମର୍ଥନ କରୁଥିବା ଏକକ ଜାତୀୟ ଓ ରାଜ୍ୟ ନିର୍ବାଚନ ବ୍ୟବସ୍ଥା ପ୍ରଚଳନ କରାଇବା ପାଇଁ ସମ୍ବିଧାନର ଅନ୍ୟୂନ ୫ଟି ଧାରା ବଦଳାଇବାକୁ ପଡ଼ିବ। ଏକକ ନିର୍ବାଚନ କରାଇବାକୁ ପରାମର୍ଶ ପାଇବା ପରେ ନିଜର ମତାମତ ଦେଇ ନିର୍ବାଚନ କମିଶନ ଏ ପ୍ରସଙ୍ଗ ଜଣାଇଛି। ସମ୍ବିଧାନର ଏହି ସବୁ ଧାରା ଲୋକସଭା ଓ ବିଧାନସଭାର କାର୍ଯ୍ୟକାଳ ଅବଧି ଏବଂ ଭଙ୍ଗାଯିବା ପ୍ରସଙ୍ଗଭିତ୍ତିକ ଅଟେ।

ଯଦିବା ନିର୍ବାଚନ କମିସନ ଏକକ ନିର୍ବାଚନ ବ୍ୟବସ୍ଥାକୁ ସମର୍ଥନ କରୁଛି, ଏଥିପାଇଁ ସମ୍ବିଧାନର ଧାରା ୮୩ରେ ପରିବର୍ତ୍ତନ କରାଇବାକୁ ପଡ଼ିବ ବୋଲି କହିଛି। ଆଇନ୍‌ମନ୍ତ୍ରାଳୟର ଏକ ଇଣ୍ଟର୍‌ନାଲ୍‌ ନୋଟ୍‌ ମଧ୍ୟ ଆବଶ୍ୟକ ସାମ୍ବିଧାନିକ ପରିବର୍ତ୍ତନ କଥା ଉଲ୍ଲେଖ କରିଛି।
ଏଥିସହ ସମ୍ବିଧାନର ଧାରା ୮୫ (ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭା ଭଙ୍ଗ), ଧାରା ୧୭୨ (ରାଜ୍ୟ ବିଧାନସଭାର ଅବଧି), ଧାରା ୧୭୪ (ରାଜ୍ୟ ବିଧାନସଭା ଭଙ୍ଗ) ଏବଂ ଧାରା ୩୫୬ରେ ଆବଶ୍ୟକ ପରିବର୍ତ୍ତନ କରାଯିବ ବୋଲି ଏ ବାବଦରେ ଆଇନ ମନ୍ତ୍ରାଳୟ ରିପୋର୍ଟ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର