‘ପପ୍ପୁ’ ଭିଡିଓ ରିଲିଜ୍‌ ବନ୍ଦ କରାଇଲେ ନିର୍ବାଚନ କମିସନ

ଗାନ୍ଧୀନଗର: ଗୁଜୁରାଟରେ ବିଜେପିର ନିର୍ବାଚନ ପ୍ରଚାର ଅଭିଯାନ ନିମନ୍ତେ ରିଲିଜ୍‌ ହେବାକୁ ଥିବା ଏକ ସଂକ୍ଷିପ୍ତ ଡିଜିଟାଲ୍‌ ଭିଡିଓକୁ ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ଅଟକାଇ ଦେଇଛନ୍ତି। ଭିଡିଓରେ ପ୍ରଦର୍ଶୀତ ହୋଇଥିବା ‘ପପ୍ପୁ’ ନାମଧ୍ୟେୟ ଚରିତ୍ରକୁ ବିକାଶର ଅର୍ଥ ବୁଝୁ ନ ଥିବା ଜଣେ ବଧୀର ଭାବେ ଚିତ୍ରାୟିତ କରାଯାଇଛି।

ତନଖି ପରେ ଗୁଜୁରାଟ ସିଇଓ ବିଜେପିର ନର୍ବାଚନ ପ୍ରଚାର ଭିଡିଓକୁ ନାକଚ କରିଛନ୍ତି। ସେମାନେ ଜାଣିବାକୁ ପାଇଲେ ଯେ ବିଜ୍ଞାପନ ବାବଦରେ ବ୍ୟବହୃତ ‘ପପ୍ପୁ’ ଶବ୍ଦ ସମ୍ମାନହାନୀ ସୂଚକ। ଦେଶରେ ହଜାର ହଜାର ସଂଖ୍ୟକ ‘ପପ୍ପୁ’ ନାମଧାରୀ ବ୍ୟକ୍ତି ଅଛନ୍ତି, କିନ୍ତୁ ରାଜନୈତି ଭାଷଣ ଏବଂ ଅଭିଯାନରେ ବିଜେପି ଦ୍ୱାରା ବ୍ୟବହୃତ ‘ପପ୍ପୁ’ ସାଧାରଣତଃ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ସୂଚାଉଛି।

ସମ୍ବନ୍ଧିତ ଖବର