ମନି ଲଣ୍ଡ୍ରିଂ ମାମଲା, ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡି ଜେରା

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଆଜି ମନି ଲଣ୍ଡ୍ରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିଛି। ଜମ୍ମୁ କଶ୍ମୀରରେ କ୍ରିକେଟ୍‌ ଆସୋସିଏସନ୍‌ ପାଣ୍ଠିରେ ହୋଇଥିବା ବିଭିନ୍ନ ଆର୍ଥିକ ଅନିୟମିତତା ପାଇଁ ଇଡି ଆଜି ଅବଦୁଲ୍ଲାଙ୍କୁ ଜେରା କରିଛି। ଅବଦୁଲ୍ଲା ଆଜି ଇଡିର ଚଣ୍ଡିଗଡ଼ ଅଫିସରେ ହାଜର ହୋଇଥିଲେ ଏବଂ ପିଏମଏଲ୍‌ଏ (ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟ୍‌) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ୩୮ କୋଟି ଟଙ୍କା ଦୁର୍ନୀତି ମାମଲା ନେଇ ସିବିଆଇ ଏଫ୍‌ଆଇଆର ରୁଜୁ କରିବାପରେ ଇଡି ଅବଦୁଲ୍ଲାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର