ପେଗାସସ୍ ମାମଲା: ଗୁଇନ୍ଦାଗିରି ଅଭିଯୋଗକୁ ସୁପ୍ରିମକୋର୍ଟରେ ଖଣ୍ଡନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେର ବ୍ୟବହାର କରି ଗୁଇନ୍ଦାଗିରି ମାମଲାରେ ଆବେଦନକାରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ଆଜି ସୁପ୍ରିମକୋର୍ଟରେ ପେଗାସସ୍ ମାମଲାକୁ ନେଇ ଶୁଣାଣି ଥିବା ବେଳେ ଶାସକ ଓ ବିରୋଧୀ ଦଳର ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାମ୍ବାଦିକ, ବିଚାରପତି, ବେସରକାରୀ ସଂଗଠନ ବିରୋଧରେ ଗୁଇନ୍ଦାଗିରି କରିଥିବା ଅଭିଯୋଗକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିଛି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଦୁଇ ପୃଷ୍ଠାର ଏକ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, ସାମ୍ବାଦିକ, ରାଜନେତା, ସାମଜିକ କାର୍ଯ୍ୟକର୍ତ୍ତା ତଥା ବିଚାର ବିଭାଗୀୟ ଅଧିକାରୀଙ୍କ ଉପରେ ସାମରିକ ଗ୍ରେଡ୍ ସ୍ପାଏୱେୟାର ବ୍ୟବହାର କରି ସେମାନଙ୍କ ଫୋନ୍‌ ହ୍ୟାକିଂ କରିଥିବା ନେଇ ଆବେଦନକାରୀ ଯେଉଁ ଅଭିଯୋଗ ଆଣିଛନ୍ତି , ସେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି କେନ୍ଦ୍ର ସରକାର। ଏହା ସହ ପେଗାସସ୍ ଦୁର୍ନୀତିର ଯାଞ୍ଚ ପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ମଧ୍ୟ ସତ୍ୟପାଠରେ ଦର୍ଶାଇଛନ୍ତି।

Centre denies Pegasus snooping allegations; to form committee for probe - BusinessToday
Business Today

ଉଲ୍ଲେଖଯୋଗ୍ୟ, ଏଡିଟର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ ସମେତ ବରିଷ୍ଠ ସାମ୍ବାଦିକ ଏନ୍‌ ରାମ ଏବଂ ଶଶୀ କୁମାର ପ୍ରମୁଖଙ୍କ ପକ୍ଷରୁ କରାଯାଇଥିବା ୯ଟି ପୃଥକ ଆବେଦନର ଶୁଣାଣି ଆଜି କରାଯାଇଥିଲା। ପେଗାସସ୍ ମାମଲାରେ କେନ୍ଦ୍ରକୁ ଜବାବ ମଗାଯାଇଥିବା ବେଳେ ଆଜି କେନ୍ଦ୍ର ସରକାର ଦୁଇ ପୃଷ୍ଠାର ସତ୍ୟପାଠରେ ନିଜର ଉତ୍ତର ରଖିଛନ୍ତି।

ସମ୍ବନ୍ଧିତ ଖବର