ଏଣିକି ବିମାନ ବନ୍ଦରରେ ପ୍ରବେଶ ଲାଗି ‘ମୁହଁ’ ଚିହ୍ନଟ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଲାଗୁ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂତନ ଯୋଜନା ‘ଡିଜି ଯାତ୍ରା’। ଏହି ଯୋଜନା ମାଧ୍ୟମରେ ଯାତ୍ରୀମାନେ ବିମାନ ବନ୍ଦର ଭିତରକୁ ଫେସ୍‌ ରିକଗ୍‌ନିସନ୍‌ ବାୟୋମେଟ୍ରିକ୍‌ (ମୁହଁ ଚିହ୍ନଟ ପ୍ରକ୍ରିୟା) ଜରିଆରେ ପ୍ରବେଶ କରିପାରିବେ। ସେମାନଙ୍କୁ ଅନ୍ୟ ପରିଚୟ ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବ ନାହିଁ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଖୁବ୍‌ ଶୀଘ୍ର ଲାଗୁ କରାଯିବ।

ଏଥି ସହ କେନ୍ଦ୍ରମନ୍ତ୍ରୀ ପ୍ରଭୁ ସୂଚନା ଦେଇଛନ୍ତି କି ବିମାନଯାତ୍ରାକୁ ପେପରଲେସ୍‌ (କାଗଜମୁକ୍ତ) ଓ ହାସଲ୍‌ ପ୍ରି (ସମସ୍ୟାମୁକ୍ତ) କରିବା ଲାଗି ମନ୍ତ୍ରାଳୟ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି। ତେବେ ଜଣେ ଯାତ୍ରୀ ଚାହିଁଲେ ଏହାକୁ ଉପଯୋଗ କରିପାରିବେ। ବର୍ତ୍ତମାନ ଫେସ୍‌ ରେକଗ୍‌ନିସନ୍‌ ବାୟୋମେଟ୍ରିକ୍‌ ବାଧ୍ୟତାମୂଳକ କରାଯିବ ନାହିଁ।

ବାୟୋମେଟ୍ରିକ୍‌ ଆଧାରିତ ଏହି ଡିଜିଟାଲ ପ୍ରୋସେସିଂ ସିଷ୍ଟମ୍‌ର ପ୍ରଚଳନ ଲାଗି ଦେଶର ଏୟାରପୋର୍ଟ ଗୁଡ଼ିକରେ ଆନୁଷଙ୍ଗିକ କାର୍ଯ୍ୟ ହାତକୁ ନିଆ ଯାଉଛି। ୨୦୧୯ ଫେବ୍ରୁଆରି ମାସ ସୁଦ୍ଧା ଏହି ନୂତନ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର