ଭୋପାଳରୁ ଦିଲ୍ଲୀ ଯିବା ପାଇଁ ପରିବାରର ଚାରି ସଦସ୍ୟ ଭଡ଼ାରେ ଆଣିଲେ ଏୟାର୍‌ବସ୍ ଏ୩୨୦ ବିମାନ

ନୂଆଦିଲ୍ଲୀ: ସୋମବାର ଦିନ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଗୋଟାଏ ଏୟାର୍‌ବସ୍ ଏ୩୨୦ ଭଡ଼ାରେ ଆଣିଥିଲେ। ସେ ପରିବାରର ସଦସ୍ୟମାନେ ହେଲେ ଜଣେ ମହିଳା, ତାଙ୍କର ଦୁଇଟି ପିଲା ଓ ଜଣେ ଜେଜିମା।

Image Source: The Times of India

ପଶ୍ଚିମ ଭାରତର ଗୋଟିଏ କମ୍ପାନି ଏହି ୧୮୦ ଆସନବିଶିଷ୍ଟ ବିମାନଟିକୁ ଭଡ଼ାରେ ଅଣାଇଥିଲେ। ଶୁଣାଯାଉଛି, ଏହି ବିମାନ ଭଡ଼ା ବାବଦକୁ ୧୦ ଲକ୍ଷ ଟଙ୍କା ଲାଗିଥିବ। ସୋମାବର ସକାଳ ୯: ୦୫ରେ ବିମାନଟି କେବଳ ପରିଚାରକମାନଙ୍କୁ ଧରି ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରି ସକାଳ ୧୦: ୩୦ରେ ଭୋପାଳରେ ଅବତରଣ କରିଥିଲା। ସେ ପରିବାରର ୪ ଜଣ ସଦସ୍ୟଙ୍କୁ ନେଇ ବିମାନଟି ପୂର୍ବାହ୍ନ ୧୧: ୩୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ଣ ୧୨: ୫୫ରେ ଦିଲ୍ଲୀରେ ଅବତରଣ କରିଥିଲା।

Image Source: The Times of India

ଜଣେ ଏୟାର୍‌ଲାଇନ୍ କର୍ମଚାରୀ କହିଛନ୍ତି ଯେ ଅନେକ ‘ହାଇ ନେଟ୍ ୱର୍ଥ’ ବ୍ୟକ୍ତିବିଶେଷ ଓ କମ୍ପାନି ଅଛନ୍ତି ଯେଉଁମାନେ ମହାମାରୀ ସମୟରେ ଜନାକୀର୍ଣ୍ଣ ବିମାନରେ ଯାତ୍ରା ନ କରିବା ନିମନ୍ତେ ସଚେତନ ଥାଆନ୍ତି। ଆଜିକାଲି ବିମାନ ଭଡ଼ା ନେବାକୁ ଅନେକେ ଏୟାର୍‌ଲାଇନ୍ ଏବଂ ଚାର୍ଟର୍ କମ୍ପାନିମାନଙ୍କୁ ପଚାରାପଚରି କରୁଛନ୍ତି। ସମ୍ପ୍ରତି ଭାରତରେ ବିମାନ ଇନ୍ଧର ମୂଲ୍ୟ ଖୁବ୍‌ କମ୍‌ ଥିବାରୁ ଅପେକ୍ଷାକୃତ ଶସ୍ତାରେ ଭଡ଼ାରେ ବିମାନ ଯୋଗାଇ ଦିଆଯାଉଛି।

ସମ୍ବନ୍ଧିତ ଖବର