ଦେଢ଼ ମାସ ବିତିବା ପରେ ପୁଲଓ୍ଵାମା ଆକ୍ରମଣରେ ୪୦ ଯବାନ ସହିଦ ହେବା ତଥ୍ୟକୁ ନେଇ ସନ୍ଦେହ ପ୍ରକଟ କଲେ ଫାରୁକ୍‌ ଅବଦୁଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ କଂଗ୍ରେସ ସଭାପତି ଫାରୁକ୍‌ ଅବଦୁଲା ଶନିବାର ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଗତ ମାସ ଜମ୍ମୁ-କଶ୍ମୀର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବା ପ୍ରସଂଗରେ ସେ ନିଜର ସନ୍ଦେହ ପ୍ରକଟ କରିଛନ୍ତି। ଏହି ବରିଷ୍ଠ କଂଗ୍ରେସ ନେତା ଆହୁରି ବି କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବଳକୁ ବ୍ୟବହାର କରି ନିର୍ବାଚନୀ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।

ଅବଦୁଲା ପ୍ରଶ୍ନ କରି କହିଛନ୍ତି କି ଛତିଶଗଡ଼ରେ ନକ୍ସଲ ଆକ୍ରମଣର ସାମ୍ନା କରି ସହିଦ ହୋଇଥିବା ଯବାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଶ୍ରଦ୍ଧାଞ୍ଜଳି ଦେଇନାହାନ୍ତି? ଛତିଶଗଡ଼ରେ କେତେ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ସେ ଜାଣନ୍ତି? ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମୋଦି କେବେ ଯାଇଛନ୍ତି କି? ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କ ଉପରେ ମୋତେ ସନ୍ଦେହ ହେଉଛି।’

ଫେବ୍ରୁଆରି ୨୭ ତାରିଖରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣ ଏୟାରମ୍ୟାନ ଜୀବନ ହରାଇଥିଲେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇବା ନେଇ ଅବଦୁଲା କହିଛନ୍ତି କି ସେମାନେ ନିଜର ଦୁଃସାହସ ପାଇଁ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର