ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଲେଖି ବିବାଦରେ ପାକିସ୍ତାନର ଉର୍ଦ୍ଦୁ ଖବରକାଗଜ; ଭାରତୀୟଙ୍କ ବିରୋଧ

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାକୁ ନାଁ ନେଉ ନଥିବା ବେଳେ ଏବେ ପୁଣି ଥରେ ପାକିସ୍ତାନୀ ଗଣମାଧ୍ୟମ ନିଜର ଅସଲ ରୁପ ଦେଖାଇଛି । ଏକ ଉର୍ଦ୍ଦୁ ଖବରକାଗଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ ଲେଖିବାକୁ ନେଇ ଏବେ ପୁଣି ବିବାଦ ଆରମ୍ଭ ହୋଇଛି । ଖବରକାଗଜରେ ମୋଦୀଜୀ ଜଣେ ଦେହଜୀବୀଙ୍କ ପୁଅ ବୋଲି ଲେଖି ପାକିସ୍ତାନ ପୁଣି ଥରେ ଭାରତକୁ ଉସୁକାଇଛି ।

ପାକିସ୍ତାନର ଖବରକାଗଜରେ ଦେଶର ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦିଆ ଯାଇଥିବା ଦେଖି ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ଜଣେ ସାମ୍ବାଦିକା ତାହା ସିଦ୍ଦିକୀ ଉର୍ଦ୍ଦୁ ଖବରକାଗଜରେ ଏଭଳି ଟିପ୍ପଣୀ ଲେଖିଥିବାର ଫଟୋ ଉଠାଇ ଟୁଇଟ୍‌ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ତାହା ସିଦ୍ଦିକୀ ଫଟୋ ସେୟାର କରିବା ସହ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରିଥିବା ଦେଖା ଯାଇଛି । ଟୁଇଟ୍‌ଟି ଭାଇରାଲ ହେବା ପରେ ଲୋକେ ଏ ନେଇ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଦୁଇ ଦେଶ ମଧ୍ୟ ଥିବା ତିକ୍ତତା ଆହୁରି ବଢ଼ି ଯାଇଥିଲା । କେବଳ ସରକାର ନୁହନ୍ତି, ଦୁଇ ଦେଶର ସାମାଜିକ ଗଣମାଧ୍ୟମ ଏବଂ ଲୋକମାନେ ମଧ୍ୟ ପରସ୍ପରର ବିରୋଧି ହୋଇ ଯାଇଥିଲେ ।

ସମ୍ବନ୍ଧିତ ଖବର