ଏବେ ବି ଗେହ୍ଲା ପୁଅ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍‌ ସଇଦ, ପାକ୍‌ର ଅସଲ ମୁଖା ଖୋଲିଲା ଏଫ୍‌ଏଟିଏଫ୍‌

ନୂଆଦିଲ୍ଳୀ: ଫାଇନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ପୁଣି ଥରେ ପାକିସ୍ତାନର ମୁଖା ଖୋଲିଛି। ଆତଙ୍କବାଦ ଉପରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ମିଛ ଡେଙ୍ଗୁରା ପିଟୁଛି। ଆତଙ୍କବାଦୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଇସ୍‌ଲାମବାଦ୍‌ ବିଫଳ ହୋଇଛି ବୋଲି ସୂଚନା ରହିଛି। ଲସ୍କର-ଇ-ତୋଏବା, ଜମାତ-ଉଦ୍‌-ଦଓ୍ଵା ଏବଂ ଫଲ୍‌ହା-ଆଇ-ଇନ୍‌ସାନିୟତ୍‌ ଫାଉଣ୍ଡେସନ୍‌ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସଇଦ ବିପକ୍ଷରେ ସେପରି କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି କୁହାଯାଇଛି।

https://www.sundayguardianlive.com

ଏହି ରିପୋର୍ଟ ପାକିସ୍ତାନ ପାଇଁ ଏକ ବଡ଼ ଝଟ୍‌କା। କାହିଁକି ନା, ଏଫ୍‌ଏଟିଏଫ୍‌ର ‘ବ୍ଲାକ୍‌-ଲିଷ୍ଟ’ରେ ରହିବାର ସମ୍ଭାବନା ପାକ୍‌ ପାଇଁ ଯଥେଷ୍ଟ ବଢ଼ିଯାଇଛି। ତେବେ, ୨୦୧୮ ମସିହା ଜୁନ୍‌ ମାସରେ ଏଫ୍‌ଏଟିଏଫ୍‌ର ‘ଗ୍ରେ-ଲିଷ୍ଟ୍‍’ରେ ପାକିସ୍ତାନ ସ୍ଥାନ ପାଇଥିଲା। ସେହି ସମୟରେ ଏଫ୍‌ଏଟିଏଫ ପାକିସ୍ତାନକୁ ୧୫ ମାସ ସମୟ ଦେଇ ୨୭-ପଏଣ୍ଟ୍‌ ଆକ୍ସନ ଯୋଜନା ଲାଗୁ କରିବାକୁ କହିଥିଲା। ତାହାର ସମୟ ସୀମା ଗତ ସେପ୍ଟେମ୍ବରରେ ଶେଷ ହୋଇଛି। ଆସନ୍ତା ୧୩ ରୁ ୧୮ ତାରିଖ ଭିତରେ ପ୍ୟାରିସ୍‌ରେ ହେବାକୁ ଥିବା ବୈଠକରେ ଏଫ୍‌ଏଟିଏଫ୍‌ ପାକ୍‌କୁ ଶେଷ କଥା ଶୁଣାଇପାରେ ବୋଲି ଅନୁମାନ ଲଗାଯାଉଛି।

ସମ୍ବନ୍ଧିତ ଖବର