କାବୁଲରୁ ଏୟାର ଇଣ୍ଡିଆର ଶେଷ ଫ୍ଲାଇଟ୍ ଆଜି ରାତିରେ ନୂଆଦିଲ୍ଲୀରେ ପହଞ୍ଚିବ

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଆଫଗାନିସ୍ତାନରୁ ଏୟାର ଇଣ୍ଡିଆର ଶେଷ ଫ୍ଲାଇଟ୍ ଉଡ଼ାଣ ଆରମ୍ଭ କରିବ । ଏହି ଫ୍ଲାଇଟରେ ପ୍ରାୟ ୧୨୬ ଜଣ ଯାତ୍ରୀ ଅଛନ୍ତି । ଫ୍ଲାଇଟଟି କାବୁଲ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରି ଆଜି ରାତିରେ ନୂଆଦିଲ୍ଲୀରେ ପହଞ୍ଚିବ ।
କାବୁଲକୁ ତାଲିବାନ ଦଖଲ କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇପଡ଼ିଛି । ତେବେ କାବୁଲ ଏୟାରପୋର୍ଟ ଏବେ ବି ଆମେରିକା ସେନା ଅଧିନରେ ରହିଛି । ମାତ୍ର ଆଫଗାନିସ୍ତାନ ଆକାଶ ଅସୁରକ୍ଷିତ ହୋଇପଡ଼ିଥିବାରୁ ବେସାମରିକ ବିମାନ ଚଳାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆର ଶେଷ ବ୍ୟବସାୟିକ ଫ୍ଲାଇଟ୍ ଆଜି ସଂଧ୍ୟାରେ କାବୁଲ ଛାଡ଼ି ରାତିରେ ନୂଆଦିଲ୍ଲୀରେ ପହଞ୍ଚିବ । ଏହି ବିମାନରେ ୧୨୬ ଜଣ ଯାତ୍ରୀ ଥିବାବେଳେ ଅଧିକାଂଶ ଭାରତୀୟ ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ତାଲିବାନର ଯୋଦ୍ଧାମାନେ ଏବେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । କ୍ଷମତା ହସ୍ତାନ୍ତର ପାଇଁ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବାରୁ ହିଂସା ନ କରିବାକୁ ତାଲିବାନର ନେତୃତ୍ବ ନିଜ ଯୋଦ୍ଧାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର