ନମ୍ବର ପ୍ଲେଟ୍‌ରେ ଜାତିଆଣ ମନ୍ତବ୍ୟ, ୨୫୦ ଗାଡ଼ିକୁ ଜୋରିମାନା

ନୋଇଡ଼ା: ନମ୍ବର ପ୍ଲେଟ୍‌ରେ ଲିଖିତ ଜାତିଆଣ ମନ୍ତବ୍ୟ ଅଭିଯୋଗରେ ଆଜି ନୋଇଡ଼ା ପୁଲିସ ୨୫୦ ଗାଡ଼ି ଉପରେ ଜୋରିମାନା ଲାଗୁ କରିଛି। ଦୁଇଚକିଆ ଯାନ ସମେତ ଚାରି ଚକିଆ ଯାନରେ ନମ୍ବର ପ୍ଲେଟ୍‌ରେ ଜାତି ସମ୍ପର୍କିତ ଅପମାନସୂଚକ ଲେଖା ଯାଇଥିଲା। ଆଜି ଗୌତମବୁଦ୍ଧ ନଗର ଅଞ୍ଚଳରେ ପୁଲିସ ଧରପଗଡ଼ କରି ଏଭଳି ଜାତିଆଣ ମନ୍ତବ୍ୟ ଲେଖାଥିବା ଗାଡ଼ିଗୁଡ଼ିକୁ ଧରି ସେମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୩୩ ଗାଡ଼ିରେ ଗୋଟିଏ ଲେଖାଏ ଶବ୍ଦରେ ଜାତି ବିରୋଧରେ ମନ୍ତବ୍ୟ ଲେଖାଯାଇଥିବା ବେଳେ ୯୧ଟି ଗାଡ଼ିରେ ଅତି ମାତ୍ରାରେ ସମ୍ବେଦନଶୀଳ ଲେଖା ରହିଥିଲା। ଗାଡ଼ିର ନମ୍ବର ଫଳକରେ ଏଭଳି ଜାତିଆଣ ମନ୍ତବ୍ୟ କାହିଁକି ଲେଖାଯାଉଛି ଏବଂ ଏହା ପଛରେ କାହାର ହାତ ଅଛି ସେ ବିଷୟରେ ଅନୁଧ୍ୟାନ କରାଯାଉଛି ବୋଲି ଗୌତମବୁଦ୍ଧ ନଗରର ଏସ୍‌ପି ବୈବଭ କ୍ରିଷ୍ଣା କହିଛନ୍ତି।

ସମ୍ବନ୍ଧିତ ଖବର