କୋଭିଡ୍‌-୧୯ ଗାଇଡ୍‌ଲାଇନକୁ ନମାନିବା ମହଙ୍ଗା ପଡ଼ିଲା; ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ

ଭୋପାଳ: କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି ହୋଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ ବା ମାର୍ଗଦର୍ଶିିକାକୁ ନମାନି ଏହାକୁ ଉଲ୍ଲଂଘନ କରିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମଧ୍ୟପ୍ରଦେଶରେ ଏକ ସାଧାରଣ ସଭାରେ ଯୋଗ ଦେଇଥିବା ସମୟରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ କମଲନାଥଙ୍କ ସମେତ ଅନ୍ୟ ୮ ଜଣଙ୍କ ବିରୋଧରେ ଏହି ମାମଲା ଆଗତ ହୋଇଥିବା ଜାଣିବାକୁ ମିଳିଛି।

ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅରବିନ୍ଦ ମହୋରଙ୍କ ଲିଖିତ ଅଭିଯୋଗ ଆଧାରରେ କମଲନାଥ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ଡାଟିଆ ଜିଲ୍ଲାର ଭଣ୍ଡର ପୁଲିସ ଥାନାରେ ଏ ନେଇ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ଏବଂ ଅନ୍ୟ ଆଠ ଜଣଙ୍କ ବିରୋଧରେ ଆଇପିସି ଏବଂ ବିପର୍ଯ୍ୟୟ ପରିଚାଳନା ଆଇନର ଏକାଧିକ ଧାରା ଅଧୀନରେ ରାଜ୍ୟରେ ଏକ ସାଧାରଣ ସଭାରେ କୋଭିଡ -୧୯ ନିୟମ ଉଲ୍ଲଂଘନ କରାଯାଇଥିବାରୁ ଏଫଆଇଆର ପଞ୍ଜିକୃତ ହୋଇଛି।

NewsNation

ଏଫଆଇଆରରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଜିଲ୍ଲା କଂଗ୍ରେସ ମୁଖ୍ୟ ନହର ସିଂ ଯାଦବ, ଅକ୍ଟୋବର ୫ରେ ଭଣ୍ଡାରର ମାଣ୍ଡି ପରିସରରେ ଏକ ବୈଠକ ଆୟୋଜନ କରିବା ପାଇଁ ଅନୁମତି ମାଗଥିଲେ। ଏବଂ ଏଥିପାଇଁ ଅନୁମତି ମଧ୍ୟ ମିଳିଥିଲା। ହେଲେ, ଏହି ବୈଠକରେ ନିର୍ଦ୍ଧାରିତ ୧୦୦ ଲୋକଙ୍କ ଜାଗାରେ ୨୦୦୦- ୨୫୦୦ ଲୋକ ଉପସ୍ଥିତ ଥିଲେ, ଏବଂ ସାମାଜିକ ଦୂରତ୍ୱ ନିୟମକୁ ଆଦୌ ମାନି ନଥିଲେ। ଯାହା କୋଭିଡ-୧୯ ସୁରକ୍ଷା ନିର୍ଦ୍ଦେଶାବଳୀ ଏବଂ ସିଆରପିସିର ଧାରା ୧୪୪କୁ ଉଲ୍ଲଂଘନ କରିଥିଲା। ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ନିର୍ବାଚନୀ ବୈଠକର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର