ବାଲାକୋଟ୍‌ରେ ୩୦୦ଗଛ ପୋଡ଼ି ଦେଇଥିବାରୁ ଭାରତୀୟ ବାୟୁସେନା ବିରୋଧରେ ଅଭିଯୋଗ କରିବାର ଯୋଜନା କରୁଛି ପାକିସ୍ତାନୀ ବନ ବିଭାଗ

ନୂଆଦିଲ୍ଲୀ : ଗତ ମାସ ଫେବୃଆରି ୧୪ତାରିଖରେ ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଭାରତର ୪୦ଯବାନ ସହିଦ୍‌ ହୋଇଥିଲେ । ଏହି ଘଟଣା ପଛରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦର ସଂପୃକ୍ତି ଥିବା ଜାଣି ଭାରତୀୟ ବାୟୁସେନା ତା’ର ପ୍ରଶିକ୍ଷଣ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଯାହା ପରେ ଜୈସ୍‌-ଏ-ମହମ୍ମଦ ସଂଗଠନର ୩୦୦ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ପାକିସ୍ତାନ ଭାରତର ଏହି ଦାବି ଗ୍ରହଣ ନ କରିବା ସହ ଭାରତ କେବଳ ୩୦୦ଗଛକୁ ଜାଳି ଦେଇଥିବା ଦାବି କରିଥିଲା ।

Scroll.in

ଏବେ ଏନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ଜଙ୍ଗଲରେ ଥିବା ଗଛ ନଷ୍ଟ ହୋଇଥିବାରୁ ପାକିସ୍ତାନୀ ବନ ବିଭାଗ ଭାରତୀୟ ବାୟୁସେନା ଉପରେ ଅଭିଯୋଗ କରିବା ଯୋଜନା କରୁଥିବା ସୂଚନା ମିଳିଛି । ପାକିସ୍ତାନ ଏହାକୁ ପର୍ଯ୍ୟାବରଣ ଆତଙ୍କବାଦର ନାଁ ଦେଇ ସଂଯୁକ୍ତ ରାଷ୍ଟ୍ରରେ ଅଭିଯୋଗ କରିବାର ଯୋଜନା କରୁଥିବା ଜଣା ପଡ଼ିଛି । ଏୟାର ଷ୍ଟ୍ରାଇକ୍‌ ଦ୍ୱାରା ଅନେକ ପାଇନ୍‌ ଗଛ ନଷ୍ଟ ହୋଇଥିବାରୁ, ଏହାର ପ୍ରଭାବ ବାୟୁମଣ୍ଡଳ ଉପରେ ପଡ଼ିଛି । ଏହା ଏକ ପ୍ରକାରର ପର୍ଯ୍ୟାବରଣ ଆତଙ୍କବାଦ ବୋଲି କହି ପାକିସ୍ତାନ ଏଭଳି ଅଭିଯୋଗ କରିବାର ଯୋଜନା ଆରମ୍ଭ କରିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧିତ ଖବର