ସୋନିଆ, ରାହୁଲ, ମନୀଷଙ୍କ ବିରୋଧରେ ଏଫ୍‌ଆ‌ଇଆର ରୁଜୁ ପାଇଁ ହାଇକୋର୍ଟରେ ଆବେଦନ, ଶୁଣାଣି ଆଜି

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ (ସିଏଏ)କୁ ନେଇ ଲଗାତାର ମୁସ୍‌ଲିମ ସଂପ୍ରଦାୟ ମଧ୍ୟରେ ସରକାର ବିରୋଧୀ ମାନସିକତା ଏବଂ ଘୃଣା ବଢ଼ାଇବା ପାଇଁ ବିରୋଧୀ ଦଳ ନେତାମାନେ ପ୍ରୟାସ କରି ଆସିଥିବା ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଅନେକ ନେତା ଲଗାତାର ଉତ୍ତେଜକ ଭାଷଣ ଦେଇ ମହା ଅନର୍ଥ ସୃଷ୍ଟି କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଧାରଣ ସମ୍ପାଦିକା‌ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତା ରାହୁଲ ଗାନ୍ଧି, ଆପ୍‌ ନେତା ମନୀଷ ସିସୋଦିଆ, ବିଧାୟକ ଅମାନତୁଲ୍ଲା ଖାନ୍‌, ଏଆଇଏମ୍‌ଆଇଏମ୍‌ ନେତା ୱାରିସ ପଠାନ୍‌, ଆକବରଉଦ୍ଦିନ୍‌ ଅୱେସି , ମେହମୁଦ ପ୍ରଚା ଏବଂ ସ୍ବରା ଭାସ୍କରଙ୍କ ବିରୋଧରେ ଉତ୍ତେଜକ ଭାଷଣ ପାଇଁ ଏଫ୍ଆଇଆର ରୁଜୁ କରିବା ନିମନ୍ତେ ଆଜି ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଛନ୍ତି। ଆଇନଜୀବୀ ଅର୍ଚ୍ଚନା ଶର୍ମାଙ୍କ ଦ୍ବାରା ଲୟର୍‌ସ ଭଏସ୍‌ ପକ୍ଷରୁ ଏହି ଆବେଦନ ରୁଜୁ ହୋଇଛି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ।

ସମ୍ବନ୍ଧିତ ଖବର