କାଲିଫର୍ଣ୍ଣିଆ ଅଗ୍ନିକାଣ୍ଡ ମୃତ୍ୟୁ ସଂଖ୍ୟା ୮୭ ଛୁଇଁଲା

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର ଜଙ୍ଗଲରେ ଲାଗିଥିବା ଭୀଷଣ ନିଆଁ କବଳରେ ଆସି ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି। ତେବେ ଇତିମଧ୍ୟରେ ଜଙ୍ଗଲରେ ଲାଗିଥିବା ଏହି ଭୟଙ୍କର ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଛି। ଏହି ନିଆଁ ଯୋଗୁ ନିଖୋଜ ହୋଇଥିବା ଲୋକଙ୍କ ସଂଖ୍ୟା ଏବେ ୨୪୯କୁ ଖସିଆସିଛି। ସେମାନଙ୍କୁ ଖୋଜିବା ପାଇଁ ବ୍ୟାପକ ଅଭିଯାନ ଜାରି ରହିଛି।

ସମ୍ବନ୍ଧିତ ଖବର