ମୁମ୍ବାଇର ମେଦିନା ମସ୍‌ଜିଦ୍‌ ନିକଟରେ ଅଗ୍ନିକାଣ୍ଡ; କେହି ମୃତାହତ ହୋଇନାହାନ୍ତି

ମୁମ୍ବାଇ: ମୁମ୍ବାଇର ତାରଡିଓ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ସ୍ଥାନୀୟ ମେଦିନା ମସ୍‌ଜିଦ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଏଏନ୍‌ଆଇ ପକ୍ଷରୁ ହୋଇଥିବା ଏକ ଟୁଇଟ୍‌ ମୁତାବିକ, ଏହି ଘଟଣା ଘଟିବାର ରିପୋର୍ଟ ମିଳିବା ମାତ୍ରେ ୪ଟି ନିଆଁ ଲିଭା ସେବାକୁ ସୂଚୀତ କରାଯାଇଛି। ମିଳିଥିବା ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ନିଆଁ ଲିଭା କାର୍ଯ୍ୟ ଏବେ ବି ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଡୋମିଭଲି ଅଞ୍ଚଳ ଡୋମିନସ୍‌ ପରିସରରେ ଏକ ଅଗ୍ନିକାଣ୍ଡ ରିପୋର୍ଟ ହୋଇଥିଲା। ଏକ ସାଧାରଣ ଧୁଅାଁ ହେତୁ ନିଆଁ ଲାଗିଥିବା ରିପୋର୍ଟ ରହିଥିଲା। ଉକ୍ତ ଅଗ୍ନିକାଣ୍ଡରେ ମଧ୍ୟ କୌଣସି ଜନଜୀବନ ପ୍ରଭାବିତ ହୋଇନଥିଲା।

ସେହିପରି ଗୁରୁବାର ଦିନ ମୁମ୍ବାଇର ଗୁଜୁରାଲ ହାଉସ୍‌ ବିଲଡିଂରେ ବି ଏକ ଅଗ୍ନିକାଣ୍ଡ ଘଟିଥିଲା। ପୁଲିସ୍‌ ଟିମ୍‌ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ୨ ଘଣ୍ଟା ଧରି ଅପରେସନ ଚାଲୁ ରହିଥିଲା।

ସମ୍ବନ୍ଧିତ ଖବର