ବାୟୁସେନାରେ ପ୍ରଥମ: ଏକାଠି ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କଲେ ବାପ-ଝିଅ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ଏୟାର କମୋଡର ସଂଜୟ ଶର୍ମା ଏବଂ ତାଙ୍କ ଝିଅ ଅନନ୍ୟା ଶର୍ମା ଏକାଠି ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କରିଛନ୍ତି। ଅନନ୍ୟା ପିଲାଟିଦିନରୁ ନିଜ ବାପାଙ୍କୁ ଜଣେ ଫାଇଟର ପାଇଲଟ୍‌ ଭାବେ ଦେଖିଥିଲେ। ତେଣୁ ବାପାଙ୍କ ପରି ସେ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଇବାକୁ ଲକ୍ଷ୍ୟ ରଖିଲେ। ୨୦୧୬ରେ ଅନନ୍ୟା ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଅନନ୍ୟା‌ ୨୦୨୧ ଡିସେମ୍ବର‌ରେ ଫାଇଟର ପାଇଲଟ୍‌ ଭାବେ ସେନାରେ ସାମିଲ ହେଲେ। ଅନ୍ୟପକ୍ଷେ ଏୟାର କମୋଡର ସଂଜୟ ଶର୍ମା ୧୯୮୯ରେ ବା‌ୟୁସେନାରେ ଯୋଗ ଦେଇଥିଲେ। ତେବେ ଏହି ବାପ-ଝିଅ ଯୋଡ଼ି ୨୦୨୨ ମେ’ ୩୦ରେ ଇତିହାସ ସୃଷ୍ଟି କଲେ। ବିଦାର ବାୟୁସେନା ଘାଟିରେ ବାପ-ଝିଅ ଏକାଠି ହକ୍-୧୩୨ ଯୁଦ୍ଧ ବିମାନ ଉଡ଼ାଇ ଭାରତୀୟ ବାୟୁସେନାରେ ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ବାୟୁସେନାରେ ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର