ସାମ୍ନାକୁ ଆସିଲା ଭାରତୀୟ ବାୟୁସେନା ଦ୍ୱାରା ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିବା ଜୈସ୍‌-ଏ -ମହମ୍ମଦ କ୍ୟାମ୍ପର ପ୍ରଥମ ଫଟୋ

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣର ମାତ୍ର ୧୧ଦିନ ପରେ ଭାରତ ସେନା ପାକିସ୍ତାନକୁ ଦେଇଛି କଡ଼ା ଜବାବ। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଥିଲେ। ଏଏନ୍‌ଆଇ ଦ୍ୱାରା ଭାରତୀୟ ବାୟୁସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିବା ଆତଙ୍କବାଦୀ କ୍ୟାମ୍ପର କେତେଟି ଫଟୋ ସାମ୍ନାକୁ ଆସିଛି।

 

ଏଥିମଧ୍ୟରୁ ପ୍ରଥମ ଫଟୋରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ବୋମା ମାଡରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିବା ଜୈସ୍‌-ଏ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନ କ୍ୟାମ୍ପ ଦେଖିବାକୁ ମିଳିଛି। କୁହାଯାଉଛି ଏହା ଜୈସ୍‌-ଏ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଥିଲା।

ସେହିପରି ଦ୍ୱିତୀୟ ଫଟୋଟି ଗୋଳା ବାରୁଦ ଡମ୍ପ ଦେଖିବାକୁ ପାଉଛି। ଏହାକୁ ଆଇଏଏଫ୍‌ ମିରେଜ୍‌ ବୋମା ମାଡ କରି ଉଡାଇ ଦେଇଛନ୍ତି। ଆତଙ୍କବାଦୀଙ୍କ ଏହି କ୍ୟାମ୍ପରେ ୨୦୦ଏକେ ରାଇଫଲ, ବହୁ ମାତ୍ରାରେ ହାତ ତିଆରି ଗ୍ରେନେଡ, ବିସ୍ଫୋଟକ ଓ ଡେନୋଟର୍ସ ମହଜୁଦ ଥିଲା।

ତୃତୀୟ ଫଟୋରେ ଭାରତୀୟ ବାୟୁସେନା ଦ୍ୱାରା ଧ୍ୱଂସ ପାଇଥିବା ଜୈସ୍‌-ଏ-ମହମ୍ମଦ କ୍ୟାମ୍ପର ଫ୍ଲୋର ଦେଖିବାକୁ ମିଳିଛି। ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, ଆମେରିକା ଓ ଇସ୍ରାଏଲ ପତକା ଅଙ୍କା ଯାଇଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର