ଜମ୍ମୁ ଓ କଶ୍ମୀର: ଶୋପିଆନ୍‌ ଏନ୍‌କାଉଣ୍ଟର୍‌ରେ ୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୋଟିଏ ଦିନ ଭୟାବହ ଗୁଳି ବିନିମୟ ପରେ ଶନିବାର ସକାଳେ ବି ପୁଣି ଥରେ ଗୁଳି ବିନିମୟ ଚାଲିଥିବା ଶୁଣାଯାଉଛି। ଶୁକ୍ରବାର ଦିନ ଗୁଳି ଚୋଟରେ ନିହତ ହୋଇଥିବା ଜଣେ ଆତଙ୍କବାଦୀକୁ ଛାଡ଼ି ଆହୁରି ୪ ଜଣ ଆତଙ୍କବାଦୀ ମଧ୍ୟ ଗୁଳି ଚୋଟରେ ନିହତ ହୋଇଛନ୍ତି।

କିଲ୍ଲୋରା ଗାଁ’ରେ ଗୁଳି ଫୁଟିବା ଶବ୍ଦ ଶୁଭୁଛି। ସେଠାରେ ଶୁକ୍ରବାର ଦିନ ମଧ୍ୟ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟ ଗୁଳି ବିନିମୟ ଘଟିଥିଲା। ଶୁକ୍ରବାର ରାତିରେ ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ନିହତ ହୋଇଥିଲେ। ସେ ଲସ୍କର୍‌-ଏ-ତୈବାର ଆତଙ୍କବାଦୀ ଉମର ମଲିକ ବୋଲି ଜଣାପଡ଼ିଛି। ତାଙ୍କ ନିକଟରେ ଗୋଟାଏ ଏକେ-୪୭ ବନ୍ଧୁକ ଥିଲା।

ସେ ଅଞ୍ଚଳରୁ ବାକି ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ନିରାପତ୍ତା ବଳ ତଲାସ ଅଭିଯାନ ଚାଲୁ ରଖିଛନ୍ତି।

ଏ ସପ୍ତାହରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଅନେକ ଥର ଗୁଳି ବିନିମୟ ଘଟିଲାଣି।

ଗୁରୁବାର ଦିନ କୁପ୍‌ଓ୍ଵାଡ଼ା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର